www.samajalive.in
Saturday, December 6, 2025
16.1 C
Bhubaneswar

ଲାଲ ବାହିନୀ ଟାର୍ଗେଟରେ କନ୍ଧମାଳ; ମମତାକୁ ଖୋଜୁଛି କନ୍ଧମାଳ ପୁଲିସ୍‌

ଫୁଲବାଣ: ଲାଲ ବାହିନୀ ଟାର୍ଗେଟରେ କନ୍ଧମାଳ । କିଛିଦିନର ନିରବତା ପରେ ପୁଣିଥରେ ଚେଇଁ ଉଠିଛନ୍ତି ମାଓ ସଂଗଠନ । ଜିଲାରେ ଥିବା ଘଞ୍ଚ ଜଙ୍ଗଲର ଫାଇଦା ନେଇ ମାଓବାଦୀ ମାନେ କନ୍ଧମାଳକୁ ଟାର୍ଗେଟ କରିଥିବା ବେଳେ ସୁରକ୍ଷା ବାହିନୀର  ସମୟୋଚିତ ପଦକ୍ଷେପ ଯୋଗୁଁ ଲାଲ ବାହିନୀର ଏହି ଯୋଜନା ସଫଳ ହୋଇ ପାରୁ ନାହିଁ ବୋଲି କହିଛନ୍ତି ଆଇଜି, ଅପରେସନ ଅମିତାଭ ଠାକୁର । ଗତକାଲି ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ପ୍ରକାଶ କରି ଶ୍ରୀ ଠାକୁର କହିଛନ୍ତି, କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୭୦ କ୍ୟାଡର ମାଓବାଦୀ ରହିଛନ୍ତି ।

ନୂଆ ଦଳ ଗଠନକରି ଏହି ସଂଖ୍ୟା ବୃଦ୍ଧି କରିବା ପାଇଁ ଲାଲ ବାହିନୀର ଗତ ଦୁଇ ତିନି ବର୍ଷ ହେଲା ପ୍ରୟାସ ଜାରି ରହିଛି । ୨୦୨୦/୨୧ରେ ମଧ୍ୟ ଜିଲ୍ଲାକୁ ନୂଆ ଗୋଷ୍ଠୀ ପଠାଯାଇଥିଲା । କିନ୍ତୁ ସୁରକ୍ଷା ବାହିନୀର କୁମ୍ବିଂ ଅପରେସନ ସହ ଗୁଳି ବିନିମୟ ଏବଂ ଅନେକ ମାଓବାଦୀ ମୃତାହତ ହେବା ଏବଂ ଅନେକ କ୍ୟାଡର ମାଓବାଦୀ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଫଳରେ ଲାଲବାହିନୀ ଏଥିରେ ସଫଳ ହୋଇନାହିଁ ବୋଲି ଶ୍ରୀ ଠାକୁର ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ବାଲିଗୁଡା ଥାନା କାନାସୁଲୁ ଜଙ୍ଗଲରେ ମାଓବାଦୀ ମାନେ ଥିବା ବିଶେଷ ସୂତ୍ରରୁ ଖବର ପାଇ ଏସ.ଓ.ଜି ଓ ଡିଭିଏଫ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଜଙ୍ଗଲ ଭିତରେ ରହି ମାଓବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରିଥିଲେ ।

- Advertisement -

ସୁରକ୍ଷା ବାହିନୀଙ୍କ ପ୍ରତି ଆକ୍ରମଣରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଜଣାପଡିଛି । ଫଳରେ ପୁଲିସ ତରଫରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ମୃତ୍ୟୁ ବରଣ କରିଥିବା ଆଇଜି ଠାକୁର ସୂଚନା ଦେଇଛନ୍ତି। ସୁରକ୍ଷା ବାହିନୀଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏ ନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ । ମୃତ ମାଓବାଦୀ ଜଣକ କେକେବିଏନ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କର ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରୁ ପୁଲିସ ବନ୍ଧୁକ, ଗୁଳି, ଜିଲେଟିନ ଷ୍ଟିକ, ବିଷ୍ଫୋରକ ସାମଗ୍ରୀ, ୟୁନିଫର୍ମ ସହିତ ବିପୁଳ ପରିମାଣର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି ।

ଏହି ସ୍ଥାନରେ ୮ଟି ଟେଣ୍ଟ ରହିଥିବା ବେଳେ ଜବତ ହୋଇଥିବା ରାସନ ସାମଗ୍ରୀରୁ ଏଠାରେ ପ୍ରାୟ ୧୮ ରୁ ୨୦ ମାଓବାଦୀ ରହିଥିବା ପୁଲିସ ଅନୁମାନ କରିଛି। ଏହି କ୍ୟାମ୍ପ ମମତା ନାମକ ସ୍ଥାନୀୟ ମାଓ କ୍ୟାଡର ଦ୍ବାରା ପରିଚାଳିତ ହେଉଥିଲା ବୋଲି ଆଇଜି ଠାକୁର ସୂଚନା ଦେଇଛନ୍ତି । ବର୍ତ୍ତମାନ ଏସ.ଓ.ଜି ଏବଂ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା, ବିଏସଏଫ କମାଣ୍ଡାଣ୍ଟ ସଂଜୀବ କୁମାର ଶର୍ମା, ସିଆରପିଏଫ କମାଣ୍ଡାଣ୍ଟ ବି ଏନ ଝା, କନ୍ଧମାଳ ଏସପି ବିନୀତ ଅଗ୍ରଓ୍ବାଲ, ବାଲିଗୁଡା ଏସଡିପିଓ ଜି ରାଘବେନ୍ଦ୍ର ରେଡି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉକ୍ତ ମାଓ ସଂଗଠନର ମାଓନେତ୍ରୀ ମମତା ନେତୃତ୍ୱ ନେଇଥିବା ମଧ୍ୟ ପୁଲିସ୍‌ ସନ୍ଦେହ କରିଛି । ଗୋଟିଏ ପଟେ ଲାଲ ବାହିନୀ ଟାର୍ଗେଟରେ କନ୍ଧମାଳ ଥିବା ବେଳେ ଏବେ କନ୍ଧମାଳ ପୁଲିସ୍‌ ଟାର୍ଗେଟରେ ରହିଛି ମାଓ ସଂଗଠନର କ୍ୟାନର ମହିଳାନେତ୍ରୀ ମମତା । ଅନ୍ୟପକ୍ଷରେ ମାଓବାସୀ ଓ ପୁଲିସର ଖେଳରେ ସାଧାରଣ ଜନତା ଏକ ପ୍ରଭାର ଭୟଭୀତ ହୋଇ ରହିଥିବା ମଧ୍ୟ ଦେଖାଯାଇଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories