www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶିବିରାର୍ଥୀ ମାନଙ୍କୁ ସାକ୍ଷାତ ; ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ

ଫୁଲବାଣୀ :ନିକଟରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲା ହାତିମୁଣ୍ଡା ପଂଚାୟତ ଅନ୍ତର୍ଗତ କୁମ୍ଭାରିପଦର ଗ୍ରାମରେ ହୋଇଥିବା ଭୂସ୍ଖଳନ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହି ସବୁ ଗ୍ରାମର ବସବାସ କରୁଥିବା ଅଧିବାସୀ ମାନେ ଭୟଭିତ ହୋଇ ଜୀବନ ବିତାଉଥିବା ବେଳେ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଗ୍ରାମର ୯୬ ପରିବାରର ପ୍ରାୟ ୪୦୦ ଲୋକଙ୍କୁ ନିକଟସ୍ଥ ତମାଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅସ୍ଥାୟୀ ଶିବିରରକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଗତ କିଛିଦିନ ହେଲା ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ  ଉକ୍ତ ଅଞ୍ଚଳ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଏକ ପ୍ରତିନିଧି ମଣ୍ଡଳି ଗସ୍ତକରି ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରିବା ସହିତ ଶିବିରରେ ରହୁଥିବା ଶିବିରାର୍ଥୀ ମାନଙ୍କୁ ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲୋ
ଏହି ଅବସରରେ ମହାସଂଘ ପକ୍ଷରୁ ଶିବିରାର୍ଥୀ ମାନଙ୍କୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ସହିତ ସୁଖିଲା ଖାଦ୍ୟ , ସାନିଟାରି ନ୍ୟାପକିନ୍ ଆଦି ମଧ୍ୟ ଯୋଗାଇ ଦିଆଯାଥିଲା। ପ୍ରତିନିଧି ମଣ୍ଡଳି ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରିବା ସହିତ ଏନେଇ ଗ୍ରାମବାସୀଙ୍କ ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିବା ବେଳେ ଏହି ସମୟରେ ସ୍ଥାନୀୟ ସରପଂଚ ବନ୍ଦିତା କପାଟତାର ସାମିଲ୍ ହୋଇଥିଲେ। ଆଲେଚାନା ପରେ ଯେଉଁ ସବୁ ନିଷ୍ପତି ନିଆଯାଇଥିଲା ତାହାକୁ ପ୍ରଶାସନକୁ ଅବଗତ କରି ପଦକ୍ଷେପ ପାଇଁ ନିଷ୍ପତି ନିଆଯାଇଥିଲା। ଏହି ପ୍ରତିନିଧି ଦଳରେ ମହାସଂଘର ପ୍ରଦୀପ କୁମାର ଦାସ , କୈଲାଶ ଚନ୍ଦ୍ର ଦଣ୍ଡପାଟ , ମଦନ ଛୁଆଲ ସିଂ , କିଶୋର ବଳିଆର ସିଂ , ଅନ୍ତରଙ୍ଗର ସଂପାଦକ ହୃଷୀକେଶ ପ୍ରଧାନଙ୍କ ସହିତ ଅନ୍ୟମାନେ ସାମିଲ୍ ହୋଇଥିଲେ। ସରପଂଚ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସହିତ ଆଲେଚାନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories