www.samajalive.in
Saturday, December 6, 2025
23.1 C
Bhubaneswar

ଭୂମିହୀନଙ୍କୁ ମିଳିଥିବା ପଟ୍ଟା ଜମିରେ ଗୃହ ନିର୍ମାଣକୁ ବିରୋଧ : ଥାନାର ଦ୍ୱାରସ୍ଥ ହେଲେ ୨୧ ପରିବାର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ଗାଁରେ ୨୧ଟି ପରିବାରକୁ ପ୍ରଶାସନ ତରଫରୁ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅନ୍ୟମାନଙ୍କ ଦ୍ୱାରା ବିରୋଧ ଯୋଗୁଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗେରୁପଡା ଗାଁର ୨୧ଟି ପରିବାର । ସୂଚନା ଅନୁସାରେ ଦୀର୍ଘ ବର୍ଷରୁ ଗେରୁପଡା ଗାଁର କିଛି ପରିବାରକୁ ବଇରୀକୁମ୍ପା ନିକଟରେ ଥିବା ରାଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନିକଟରେ ପ୍ରଶାସନ ତରଫରୁ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ତେବେ ନିଜ ପଟ୍ଟା ଜାଗାକୁ ଚି଼ହ୍ନଟ ପାଇଁ ଫିରିଙ୍ଗିଆ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବାବେଳେ ଫିରିଙ୍ଗିଆ ତହସିଲ ତରଫରୁ ଗତ କିଛିଦିନ ତଳେ ଜାଗା ଚି଼ହ୍ନଟ କରି ଉକ୍ତ ବ୍ୟକ୍ତିଙ୍କୁ ଜାଗା ମାପ କରି ପ୍ରଦାନ କରାଯାଇଥିଲା। ଅନ୍ୟ ପଟେ ସେହି ଜାଗାକୁ ଯାଇ ଗୃହ ନିର୍ମାଣ କରିବାକୁ ପ୍ରସ୍ତୁତ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସହ ଶିକ୍ଷକ ଏବଂ ଅଞ୍ଚଳର କିଛି ବ୍ୟକ୍ତି ବିରୋଧ କରିବା ସହ ସେହି ଜାଗାକୁ ନ ଯିବାକୁ ଧମକ ଦେଇଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗେରୁପଡା ଗାଁର ଜାଗା ମିଳିଥିବା ୨୧ ପରିବାର। ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ନ୍ୟାୟ ପ୍ରଦାନ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ପ୍ରଶାସନ ତରଫରୁ ନ୍ୟାୟ ମିଳିବ ବୋଲି ଜମି ପଟା ପାଇଥିବା ୨୧ଟି ପରିବାର ଆଶା ରଖିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories