www.samajalive.in
Tuesday, December 9, 2025
16.1 C
Bhubaneswar

ଫଟୋଗ୍ରାଫି ପ୍ରଶିକ୍ଷଣ ଶିବିର

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଫୋଟ ଆସୋସିଏସନ ତରଫରୁ ପାନାସୋନିକ ଓ ଲୁମିକ୍ସର ଏକ ପ୍ରଶିକ୍ଷଣ ଶିବିର ପାତ୍ରପୁର ସ୍ଥିତ ମହେନ୍ଦ୍ରତନୟା ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି। ନୀଳାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ସିଏଚ. ରାମ, ସିଦ୍ଧାନ୍ତ କୁମାର ବିଷୋୟୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିବା ବେଳେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ପିଏଓର ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ଫଟୋଗ୍ରାଫର୍ ଆସୋସିଏସନ୍ ସଭାପତି ଗୌରୀଶଙ୍କର ମହାଙ୍କୁଡ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗିରିଶ ପାତ୍ର, ରଣିଜିତ ପ୍ରଧାନ, ମନୋଜ ସାହୁ, କମ୍ପାନୀ ମାର୍କେଟ ମ୍ୟାନେଜମେଣ୍ଟ ବାଟୁ ବାବୁ, ସଂଘ ଉପ ସଭାପତି ଅନାଦି ପଣ୍ଡିତ, ମନୋରଞ୍ଜନ ସାହୁ, ସମ୍ପାଦକ ମନୋରଞ୍ଜନ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ସେହିଭଳି ଅନ୍ୟ ଅତିଥିଭାବେ ସାମ୍ବାଦିକ ଅଞ୍ଚଳେଶ୍ୱର ପଟ୍ଟନାୟକ, କାଭିଟି ଫଟୋଗ୍ରାଫର୍ ଆସୋସିଏସନ ସଭାପତି ପି, ରାଜଶେଖର ଯୋଗଦେଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ପାତ୍ରପୁର ବ୍ଳକର ସମସ୍ତ ଫଟୋଗ୍ରାଫରଙ୍କ ସହ ଆନ୍ଧ୍ର କାଭିଟି ସମେତ ବ୍ରହ୍ମପୁର ପ୍ରମୁଖ ଅଞ୍ଚଳରୁ ବହୁ ଫଟୋଗ୍ରାଫର୍ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ୟ୍ୟକ୍ରମରେ ସମସ୍ତ ଫଟୋଗ୍ରାଫର୍ ଓ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମରେ ପାତ୍ରପୁର ଆସୋସିଏସନର କୋଷାଧ୍ୟକ୍ଷ ତ୍ରିପତି ସାହୁ, ରାଜେଶ୍ ବେହେରା, ଶଶାଙ୍କ ନାୟକ, ଏ. ଆପନା, ଭାସ୍କର ତିଆଡି, ଖୁସି ରେଡ୍ଡୀ, ବଣ୍ଟି ପଣ୍ଡା, ପ୍ରମୁଖ ସମସ୍ତ କର୍ମକର୍ତ୍ତାଙ୍କ ସହ ଗୌରାଙ୍ଗ ନେପାକ, ମୁନା ବେଜ, ମହେଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories