ଆଜବେଷ୍ଟ ଭାଙ୍ଗି ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ

କୋକସରା: କୋକସରା ଥାନା କୋକସରା ସଦର ବସଷ୍ଟାଣ୍ଡ ନିକଟରେ ଥିବା ମହାପାତ୍ର ଫ୍ୟାନ୍ସି ଷ୍ଟୋରରୁ ବୁଧବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବୁଧବାର ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଦୋକାନର ଉପର ପଟ ଆଜବେଷ୍ଟ ଭାଙ୍ଗି ଦୋକାନରେ ପଶି କିଛି ମୋବାଇଲ ଫୋନ ସହ କେତେକ ମୂଲ୍ୟବାନ ସାମଗ୍ରୀକୁ ଚୋରି କରି ଫେରାର ଥିବାବେଳେ ଦୋକାନରେ ଲାଗିଥିବା ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ ହୋଇଛି। ଦୁର୍ବୃତ୍ତମାନେ ମୁଖା ପିନ୍ଧି ସାମଗ୍ରୀ ଚୋରି କରୁଥିବା ଦେଖିବାକୁ ମିଳିଛି। ଗୁରୁବାର ସକାକେ ଦୋକାନ ମାଲିକ ଚୋରି ହୋଇଥିବା ଜାଣିବା ପରେ କୋକସରା ଥାନାରେ ଅଭିଯୋଗ ଦେଇଛନ୍ତି। କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।

kalyan agarbati

Comments are closed.