www.samajalive.in
Saturday, December 6, 2025
17.1 C
Bhubaneswar

ବିଗୁଡୁଛି ଦିଲ୍ଲୀ ସ୍ଥିତି ; ଜାଣନ୍ତୁ କେତେ ବଢିଲା ପ୍ରଦୂଷଣ ମାତ୍ରା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର ଅଧିକରୁ ଅଧିକ ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ରାଜଧାନୀ ବାସିନ୍ଦା ବିଷ ପବନରେ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ବାଧ୍ୟ ହୋଇଛନ୍ତି। ସୂଚନାନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବାୟୁର ମାନ ପୁଣି ଖରାପ ଆଡକୁ ଗତି କରୁଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସକାଳ ୮ଟାରେ ବାୟୁର ମାନ ସୂଚକାଙ୍କ ( ଏକ୍ୟୁଆଇ) ୩୬୪ ଅର୍ଥାତ ଖୁବ ଖରାପ ଥିବା ବେଳେ ସକାଳ ୭ଟା ସୁଦ୍ଧା ଏକ୍ୟୁଆଇ ୪୦୮ ଗମ୍ଭୀର ଭାବେ ରେକର୍ଡ କରାଯାଇଛି। ଦୀପାବଳି ଠାରୁ ଏଠାରେ ପ୍ରଦୂଷଣ ବଢିବାରେ ଲାଗିଛି। ରାଜଧାନୀର ବାୟୁ ବିଷ ପାଲଟି ଯାଇଛି। ଶୁଦ୍ଧ ବାୟୁ ପାଇଁ ଲୋକେ ସଂଗ୍ରାମ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଘରୁ ବାହାରିବା ସମୟରେ ବିନା ମାସ୍କରେ ବାହାରିବା ସମ୍ଭବ ହେଉନାହିଁ। ଆଖି ଜଳାପୋଡା ସହ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଏହାସହ ଦିଲ୍ଲୀ ସରକାର ଲୋକଙ୍କୁ ଖୁବ କମ ଯାନବାହନ ଚଳାଚଳ ସହ ୱାର୍କ ଫ୍ରମ୍‌‌ ହୋମ୍‌‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ସହ ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ଅଧିକ ଖରାପ ହେଉଥିବା ଅଭିଯୋଗ ହୋଇଛି। ରିପୋର୍ଟରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ବାୟୁର ମାନ ଦିନକୁ ଦିନ ଖରାପ ସ୍ତରକୁ ଗତି କରୁଛି। ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଞ୍ଚିଥିବା ଜଣାପଡିଛି। ପ୍ରଦୂଷଣ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲାଣି। ଅତି ଆବଶ୍ୟକ ନହେଲେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତିବିଶେଷଙ୍କୁ ଘରୁ କମ ବାହାରିବାକୁ କୁହାଯାଉଛି। ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଛାତି, ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ବୃଦ୍ଧି ହେଉଥିବା ଦେଖାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories