www.samajalive.in
Friday, December 12, 2025
27.1 C
Bhubaneswar

ଫିରିଙ୍ଗିଆ ପ୍ରେସ କ୍ଳବର ସାଧାରଣ ବୈଠକ

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପ୍ରେସ କ୍ଲବର ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବ ସଭାପତି ଉତ୍ତମ ଖମାରିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ଳବର ବରିଷ୍ଠ ଉପଦେଷ୍ଟା ମହାଦେବ ସାହୁ ଓ ଶରତ କୁମାର ମିଶ୍ରଙ୍କ ସହ ସମ୍ପାଦକ ଲାଲମୋହନ କହଁର, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତିଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ କ୍ଳବର ବିଭିନ୍ନ ସମସ୍ୟା ପ୍ରେସ କ୍ଲବ ଗୃହ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କ୍ଳବର ସାଙ୍ଗଠନିକ ବୈଠକ ପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋଲକ ବିହାରୀ କହଁର, ହେମନ୍ତ ନାୟକ, ବିକ୍ରମ ଦିଗାଲ, ମନୋଜ କୁମାର ସାହୁ, ହୂରଞ୍ଜନ ସେଠି ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories