www.samajalive.in
Friday, December 12, 2025
27.1 C
Bhubaneswar

ରାଜସ୍ୱ ଗ୍ରାମ ଦାବିରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ଦାବ୍ରିଗୁଡା ଗ୍ରାମବାସୀ

ଲଡୁଗାଁ: କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ମୌଜା ଅଧିନରେ ଥିବା ଦାବ୍ରିଗୁଡା ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଏକ ଲିଖିତ ଦାବି ପ୍ରଦାନ କରିଛନ୍ତି। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଏହି ଦାବ୍ରିଗୁଡା ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ଏହି ଗାଁରେ ପ୍ରାୟ ୧୫୦୦ ଜନସଂଖ୍ୟା ରହିଥିବା ବେଳେ ୧୦୦୦ ଭୋଟର ରହିଛନ୍ତି । ଗ୍ରାମରେ ଅନାବାଦୀ ସରକାରୀ ଗୋଚର ଜମି, ଜଳଚର ରାଇତାନି ଜମି ବହୁତ ମାତ୍ରାରେ ରହିଥିବା ବେଳେ ଭୌଗଳିକ ସ୍ଥିତି ମଧ୍ୟ ରାଜସ୍ବ ଗ୍ରାମ ପାଇଁ ଉପଯୁକ୍ତ ରହିଛି । ତେବେ ପଡାଗ୍ରାମ ହୋଇଥିବାରୁ ଦାବ୍ରିଗୁଡା ଗ୍ରାମକୁ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରହିଥିବା ଅଭିଯୋଗ କରିବା ସହ ବଡ଼ ପୋଡ଼ାଗୁଡା ଗ୍ରାମ ଉପରେ ସମସ୍ତ ସରକାରୀ କାଗଜପତ୍ର ଉପରେ ନିର୍ଭର କରୁଥିବା ଅଭିଯୋଗ କରିଛନ୍ତି । ଆଜି ଦାବ୍ରିଗୁଡା ଗ୍ରାମବାସୀ ଙ୍କ ପକ୍ଷରୁ ସରପଞ୍ଚ ଯମୁନା ନାଏକ, ସମିତି ସଭ୍ୟ ଉମା ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଧର୍ମାନନ୍ଦ ନାଏକ, ଚନ୍ଦ୍ରମଣି ବେଶ୍ରା, ନରେଶ ନାଏକ, ଦୁର୍ଜନ ବାଗ, ଉଦ୍ଧବ ନାଏକ, ହରିହର ବେଶ୍ରା ପ୍ରମୁଖ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories