www.samajalive.in
Friday, December 12, 2025
19.1 C
Bhubaneswar

ଭରସା ପରିବାର ପକ୍ଷରୁ ରକ୍ତଦାନ ଶିବିର

ପାଟଣା : ସ୍ୱାଧୀନତା ଦିବସ ଅବସରରେ ଚମ୍ପୁଆ ବ୍ଲକ ଭଣ୍ଡା ଡାକ୍ତରଖାନା ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଚମ୍ପୁଆ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କ ଆହ୍ବାନକ୍ରମେ ଚମ୍ପୁଆ ଉପଖଣ୍ଡ ସଭାପତି ହେମନ୍ତ କୁମାର ମହାନ୍ତ, ଚମ୍ପୁଆ ବ୍ଲକ ସଭାପତି ପିଣ୍ଟୁ ମହାରଣା ଓ ସମ୍ପାଦକ ବୃଷଭ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ହୋଇଥିଲା। ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଦଳବଳ ନିର୍ବିଶେଷରେ ଆଞ୍ଚଳିକ ସମସ୍ତ ରକ୍ତଦାତା ସ୍ବେଛାକୃତଭାବେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା। ଭଣ୍ଡା ମେଡ଼ିକାଲ ଅଧିକାରୀ ଡାକ୍ତର ଦୀପକ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ସମୁଦାୟ ୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories