କ୍ରୀଡା ସାମଗ୍ରୀ କିଣା ପାଇଁ କାର୍ଯ୍ୟାଦେଶ ପ୍ରଦାନ

ଗୋପାଳପୁର : ଗୋପାଳପୁର ଏନ ଏ ସିରେ ଆଜି ମୁକ୍ତା ଯୋଜନାରେ ମହିଳା ସଂଘର ଜୟ ମହାବୀର ସଂଘକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଗତମାସରେ ରାଜ୍ୟ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁକ୍ତା ଯୋଜନାରେ ୧୯ଟି ପ୍ରକଳ୍ପ ପାଇଁ ୧୧୩ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ୧୮ ଟି ମହିଳା ସଂଘକୁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ଗତ ମାସରେ ପ୍ରଦାନ କରାଯାଇଥିଲା। ଗୋଟିଏ ପ୍ରକଳ୍ପର କାର୍ଯ୍ୟାଦେଶ ପାଇଁ ବହୁ ବାଦ ବିବାଦ ଲାଗି ରହିଥୁବା ବେଳେ ଆଜି ଜୟ ମହାବୀର ମହିଳା ସଂଘକୁ ସ୍ମାର୍ଟ ପାର୍କ ପରିସରରେ ଶିଶୁ କ୍ରୀଡ଼ା ସାମଗ୍ରୀ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

Comments are closed.