ପାଟଣା : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ପକ୍ଷରୁ ପ୍ରଦତ୍ତ ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ସାହାରପଡା ବ୍ଲକ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବିଜୟ ନାୟକ, ବ୍ଲକ ଉପାଧ୍ୟକ୍ଷା ଛବିରାଣି ସେଠୀ, ଜିଲ୍ଲା ପରିଷଦ ବୁଦ୍ଧଦେବ ମହାକୁଡଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପିଇଓ ଏବଂ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ। ସହସ୍ରାଧିକ ବୃଦ୍ଧ ବୃଦ୍ଧା ଓ ଅନ୍ୟ ମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପ୍ରଥମ ଦଫାରେ ଭତ୍ତା ପ୍ରଦାନ କରାଯାଇଥିଲା।
Popular Categories



