www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମୁକାବିଲା: ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଫିରିଙ୍ଗିଆ ସଟଡାଉନ

ଫୁଲବାଣୀ: କନ୍ଧମାଳ ଜିଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ଆଗାମୀ ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଫିରିଙ୍ଗିଆ ଓ ଏହାର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ନେଇ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତଙ୍କ ଅଧକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ। ବୈଠକରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେସାଇ ରଜତ ରଶ୍ମି, ଫିରିଙ୍ଗିଆ ଏସଆଇ ଦଶରଥ ହେମ୍ରମ, ସିଡିପିଓ ମଞୁଳା ପ୍ରଧାନଙ୍କ ସହ ବ୍ଲକ ସ୍ତରୀୟ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ସୀମାବର୍ତ୍ତି ବନ୍ଧଗଡ ପଞ୍ଚାୟତ ଅନ୍ତର୍ଗତ ମଣିପଦର ଓ ବାଲକିଟାଡି ଗ୍ରାମ ସହିତ ସହ ଅନ୍ୟ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଠାରୁ ଆରମ୍ଭ କରି ଯାନବାହାନ ଚଳାଚଳ ସାଙ୍ଗକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଘୋଷଣା କରାଯାଇଥିବା ବଫର ଜୋନରୁ ଫିରିଙ୍ଗିଆ ଟାଉନ୍‌ର ଦୂରତା ମାତ୍ର ୧୨ କିଲୋମିଟର ରହିଛି।
ଅପରପକ୍ଷରେ କରେନା ଭୟାଭୟତା ଓ ଫିରିଙ୍ଗିଆ ସିମାବର୍ତ୍ତି ଅଞ୍ଚଳକୁ ବଫର ଯୋନ ଘୋଷଣା କରାଯାଇଥିବାରୁ ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକୁଡି କରାଯାଇଛି। ସହରର ବିଭିନ୍ନ ଛକ ମାନଙ୍କରେ ପୁଲିସ ପକ୍ଷରୁ ଯାତାୟତ କରୁଥିବା ଗାଡିଗୁଡିକୁ ଯାଞ୍ଚ କରାଯାଉଥିବା ବେଳେ ଅମାନିଆଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଉଛି। ଖୋଦ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଏହି ସୁରକ୍ଷା ଦାୟିତ୍ୱର ତଦାରଖ କରୁଥିବା ବେଳେ ପେଟ୍ରୋଲିଂକୁ କଡାକଡି କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories