www.samajalive.in
Saturday, December 6, 2025
14.1 C
Bhubaneswar

ସରିଲା ଏକକ ପିଜି ପ୍ରବେଶିକା ମୂଲ୍ୟାୟନ, ୧୬ରେ ମେଧା ତାଲିକା

ଭୁବନେଶ୍ବର: ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକାର ମୂଲ୍ୟାୟନ ଶେଷ ହୋଇଛି। ସମସ୍ତ ପରୀକ୍ଷାର୍ଥୀ ସେମାନଙ୍କର ମାର୍କସିଟ୍‌ ଅପଲୋଡ୍‌ କରି ନଥିବାରୁ ଫଳ ପ୍ରକାଶନରେ ବିଳମ୍ବ ହେଉଛି। ମଙ୍ଗଳବାର ମଧ୍ୟରାତ୍ରୀ ମାର୍କ ଅପଲୋଡ୍‌ର ଶେଷ ତାରିଖ ରହିଛି। ଆସନ୍ତା ୧୬ରେ ଏକକ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ମୋଟ ୨୮ଟି ପରୀକ୍ଷା କେନ୍ଦ୍ରରେ ଗତମାସ ୧୨ରୁ୨୨ ଯାଏଁ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬୦ ହଜାର ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। +୩ ଫଳ ପ୍ରକାଶରେ ବିଳମ୍ବ ହେବା ଯୋଗୁଁ ପିଜି ପ୍ରବେଶିକା ପ୍ରକିୟା ବିଳମ୍ବିତ ହୋଇଛି। ପ୍ରବେଶିକା ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହୋଇଛି। ଓଏମ୍‌ଆର ସିଟ୍‌ରେ ହୋଇଥିବା ପରୀକ୍ଷାର ସମସ୍ତ ଖାତା କମ୍ପ୍ୟୁଟର ଜରିଆରେ ସ୍କାନ୍‌ ହୋଇଛି। ସମସ୍ତ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କର କ୍ୟାରିୟରର ୩୦ ଓ ପ୍ରବେଶିକାର ୭୦% ମାର୍କକୁ ଗଣନା କରାଯିବ। କ୍ୟାରିୟର ଓ ପ୍ରବେଶିକା ମାର୍କକୁ ମିଶାଇ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଲଗ୍‌ଇନ୍‌ କରି ସେମାନଙ୍କର ଫଳ ଜାଣିପାରିବେ।

ମେଧା ତାଲିକା ଅନୁସାରେ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଡିସେମ୍ବର ୧୦ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ଶେଷ ହେବ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି ପ୍ରଥମ ଥର ପାଇଁ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ହୋଇଥିଲା। ଏହା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories