www.samajalive.in
Friday, December 5, 2025
20.1 C
Bhubaneswar

ନିର୍ମାଣଧୀନ କାନ୍ଥ ଭୁଷୁଡ଼ି ୮ ମୃତ ; ୬ ଆହତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା।
ପୁଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସହ ଅନ୍ୟ କିଛି ଶ୍ରମିକ ମାଟି ତଳେ ଦାବି ହୋଇ ରହିଥିଲେ ଯାହାଙ୍କୁ ଉଦ୍ଧାର କରିବା ଗତକାଲି ଜାରି ରହିଥିଲା। ସନ୍ଧ୍ୟା ୬ଟା ସମୟରେ ହଠାତ ଉକ୍ତ କାରଖାନାଟିର କାନ୍ଥ ଭୁଷୁଡ଼ି ପଡିଥିଲା। ଫଳରେ ସେଠାରେ ଥିବା ଶ୍ରମିକ ତାମଧ୍ୟରେ ଦବି ଯାଇଥିଲେ। ଏହାପରେ ଖବର ପାଇ ପୁଲିସ ଓ ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କିଛି ଶ୍ରମିକ ଅନ୍ୟ ସ୍ଥାନର ବୋଲି ଜଣାପଡ଼ିଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟ୍ୱିଟ କରି ଗଭୀର ଶୋକ ଜଣାଇଛନ୍ତି। ରାଜସ୍ଥାନ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ସେମାନଙ୍କ ଚିକିତ୍ସା ପାଇଁ ୪୦,୦୦୦ଟଙ୍କା ଘୋଷଣା କରିଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories