www.samajalive.in
Friday, December 12, 2025
15.1 C
Bhubaneswar

୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବଂୟଶାସିତ ମହାବିଦ୍ୟାଳୟ ଏବଂ ସ୍ନାତକୋତ୍ତର(ପିଜି) ଉପଲବ୍ଧ ଥିବା ଡିଗ୍ରୀ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ୨୩ ତାରିଖରୁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (ସିପିଜିଇଟି) ଅନୁଷ୍ଠିତ ହେବ। ଏନେଇ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି। ପରୀକ୍ଷା ତିନିଟି ଅଧିବେଶନ (ସେସନ)ରେ କରାଯିବ। ପ୍ରଥମ ଅଧିବେଶନ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ଅଧିବେଶନ ୧୨.୩୦ ମିନିଟରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏବଂ ତୃତୀୟ ଅଧିବେଶନ ଅପରାହ୍ଣ ୩ଟାରୁ ସାଢେ ୪ଟା ଯାଏଁ ଚାଲିବ। ପରୀକ୍ଷା ସେପ୍ଟେମ୍ବର ୩ରେ ଶେଷ ହେବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ମୋଟ ୪୭ଟି ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୩ ତାରିଖ ପ୍ରଥମ ଅଧିବେଶନରେ କଳା ଓ ବିଜ୍ଞାନ ବିଭାଗର ମାନବଶାସ୍ତ୍ର, ଦ୍ବିତୀୟ ଅଧିବେଶନରେ ଭୂଗୋଳ ଏବଂ ତୃତୀୟ ଅଧିବେଶନରେ ଏମ୍‌ବିଏ(ବାଣିଜ୍ୟ ପ୍ରଶାସନ) ପରୀକ୍ଷା ରହିଛି। ୨୪ରେ ପ୍ରଥମ ଅଧିବେଶନରେ ପଦାର୍ଥ ବିଜ୍ଞାନ, ଦ୍ବିତୀୟ ଅଧିବେଶନରେ ଏଲ୍‌ଏଲ୍‌ଏମ୍‌ ଓ ଇଲେକଟ୍ରେନିକ୍ ଟେଲିକମ୍ୟୁନିକେସନ ଏବଂ ତୃତୀୟ ଅଧିବେଶନରେ ବାଣିଜ୍ୟ ବିଷୟର ପରୀକ୍ଷା ରହିଛି। ଏହିପରି ଭାବେ ୩ ତାରିଖ ପର୍ଯ୍ୟନ୍ତ ଅନ୍ୟାନ୍ୟ ବିଷୟଗୁଡିକ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories