ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବି.ଟେକ୍ ପ୍ରବେଶିକା ପରୀକ୍ଷା ପଞ୍ଜୀକରଣ ଅବଧିକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ଓଜେଇଇ ପକ୍ଷରୁବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜୀକରଣ ଶେଷ ତାରିଖ ଅଗଷ୍ଟ ୧୦ ଥିଲା। ପଞ୍ଜୀକରଣ ସମୟ ସୀମା ୧୭ ତାରିଖ ରାତି ୧୧.୫୯ ମିନିଟ ଥିବାବେଳେ ଦେୟ ଦାଖଲ ଅବଧି ୧୮ ତାରିଖ ରାତି ୧୧.୫୯ ମିନିଟ ରହିଛି। ଓଜେଇଇ ୱେବସାଇଟ୍ (www.ojee.nic.in)କୁ ଲଗଇନ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଯେଉଁ ବିଦ୍ୟାର୍ଥୀ ପୂର୍ବରୁ ପଞ୍ଜୀକରଣ କରିସାରିଛନ୍ତି ଏହି ଅବଧି ମଧ୍ୟରେ ସେମାନେ ଚାହିଁଲେ ପରୀକ୍ଷା କେନ୍ଦ୍ର, ସହର ପରିବର୍ତ୍ତନ କରିପାରିବେ। ପରବର୍ତ୍ତୀ ସମୟରେ ଆଉ ଅବଧି ବୃଦ୍ଧି କରାଯିବା ସମ୍ଭାବନା ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
Popular Categories



