www.samajalive.in
Saturday, December 6, 2025
16.1 C
Bhubaneswar

ପେଟ୍ରୋଲ ୭୭ ଟଙ୍କା ଟପିଲା

ନୂଆଦିଲ୍ଲୀ : ପେ​‌ଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ଟିପିଛି। ଦୀର୍ଘ ଦୁଇ ମାସ ପରେ ପେ​ଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟି ଏହି ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁ ପେ​‌ଟ୍ରୋଲ ମୂଲ୍ୟରେ ଏହି ବୃଦ୍ଧି ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ଶେଷ ଥର ପାଇଁ ପେଟ୍ରୋଲ ମୂଲ୍ୟ ଜୁନ୍‌ ୯​ରେ ଲିଟର ପିଛା ୭୭ ଟଙ୍କା ୨ ପଇସା ରହିଥିଲା।

ରାଜଧାନୀ ନୂଆଦିଲ୍ଲୀରେ ମଙ୍ଗଳବାର ପେ​‌ଟ୍ରୋଲ ଲିଟର ପିଛା ୯ ପଇସା ବୃଦ୍ଧି ଘଟି ୭୭ ଟଙ୍କା ୦୬ ପଇସା ହୋଇଛି। ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୬ ପଇସା ବୃଦ୍ଧି ଘଟି ୬୮ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ଜୁଲାଇ ୩୦ ଠାରୁ ପେଟ୍ରୋଲ ଏବଂ ଡି​‌େ​‌ଜଲର ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟୁଛି। ତେବେ ଏହି ୯ ଦିନ ମଧ୍ୟରେ ପେ​‌ଟ୍ରୋଲ ମୂଲ୍ୟରେ ୯୦ ପଇସା ଏବଂ ଡିଜେଲରେ ଲିଟର ପିଛା ୮୮ ପଇସା ବୃଦ୍ଧି ଘଟିଛି। ତେବେ ଶେଷ ଥର ପାଇଁ ଚଳିତବର୍ଷ ମେ ୨୯ରେ ପେଟ୍ରୋଲ ଦର ଲିଟର ପିଛା ସର୍ବକାଳୀନ ୭୮ ଟଙ୍କା ଛୁଇଁଥିବାବେ​‌ଳେ ଡିଜେଲ ମୂଲ୍ୟ ଲିଟର ପିଛା ୬୯ ଟଙ୍କା ୩୦ ପଇସା ରହିଥିଲା। ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା​‌ ୯ ପଇସା ବୃଦ୍ଧି ଘଟି ୭୬ ଟଙ୍କା ୦୪ ବୃଦ୍ଧି ଘଟିଥିବାବେଳେ ଡିଜେଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ବୃଦ୍ଧି ଘଟି ୭୩ ଟଙ୍କା ୫୩ ପଇସାରେ ପହଞ୍ଚଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories