www.samajalive.in
Friday, December 12, 2025
27.1 C
Bhubaneswar

ତାମିଲ୍ ଲେଖକ ପେରୁମାଲ୍ ମୁରୁଗାନ୍ ପାଇବେ ଫକୀର ମୋହନ ସାହିତ୍ୟ ପୁରସ୍କାର

ରେମୁଣା: ସୁପ୍ରସିଦ୍ଧ ତାମିଲ୍ ଲେଖକ ତଥା ପ୍ରତିନିଧି ସ୍ତରୀୟ ଭାରତୀୟ ଲେଖକ ପେରୁମାଲ୍ ମୁରୁଗାନଙ୍କୁ ୨୦୨୨ ମସିହା ପାଇଁ ‘ଫକୀର ମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ କୁଳସଚିବ କୁକୁମୀନା ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ନିମିତ୍ତ ଶ୍ରୀ ମୁରୁଗାନଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଥିଲା। ସେ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ତଥା ରଜତ ଜୟନ୍ତୀ ସମାରୋହରେ ଶ୍ରୀ ମୁରୁଗାନଙ୍କୁ ସାମଗ୍ରିକ କୃତି ପାଇଁ ଏହି ସାରସ୍ବତ ସମ୍ମାନ ପ୍ରଦାନ କରାଯିବ।ଶ୍ରୀ ମୁରୁଗାନ୍ ନିଜର ସୁପ୍ରସିଦ୍ଧ ପୁସ୍ତକ ‘ୱାନ୍ ପାର୍ଟ୍ ୱିମେନ୍’ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ‘ପୂନାଚି: ଓର୍ ଦି ଷ୍ଟୋରି ଅଫ୍ ଏ ବ୍ଲାକ୍ ଗଟ୍’, ‘ସିଜନ୍ ଅଫ୍ ଦି ପାମ୍’ ପ୍ରଭୃତି ତାଙ୍କର କିଛି ଉଲ୍ଲେଖଯୋଗ୍ୟ ସାହିତ୍ୟ କୃତି। ସେ ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଲେଖକ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories