www.samajalive.in
Friday, December 12, 2025
27.1 C
Bhubaneswar

ସିପାହି ବିଦ୍ରୋହରେ ସହିଦ ୨୮୨ ସୈନ୍ୟଙ୍କ କଙ୍କାଳ ଉଦ୍ଧାର

ଚଣ୍ଡିଗଡ: ଦେଶ ସ୍ବାଧୀନତା ପାଇଁ ହୋଇଥିବା ପ୍ରଥମ ଯୁଦ୍ଧ ସିପାହି ବିଦ୍ରୋହରେ ସହିଦ ହୋଇଥିବା ସୈନ୍ୟଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ୧୮୫୭ରେ ହୋଇଥିବା ଏହି ଯୁଦ୍ଧରେ ସହିଦ ସୈନ୍ୟଙ୍କ ମଧ୍ୟରୁ ୨୮୨ ଜଣଙ୍କ କଙ୍କାଳ ପଞ୍ଜାବର ଅମୃତସରରୁ ପ୍ରତ୍ନତାତ୍ତ୍ବିକ ଖନନ ସମୟରେ ଉଦ୍ଧାର କରାଯାଇଛି। ପଞ୍ଜାବ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଜେଏସ୍‌ ସେରାୱତ କହିଛନ୍ତି ଯେ ସିପାହୀ ବିଦ୍ରୋହ ସମୟରେ ଏହି ସୈନ୍ୟମାନଙ୍କୁ ଇଂରେଜମାନେ ଗଣହତ୍ୟା କରିଥିଲେ। ହତ୍ୟା ପରେ ସେମାନଙ୍କ ମୃତଦେହକୁ ଏକ ଧର୍ମାନୁଷ୍ଠାନ ନିକଟ କୂଅ ମଧ୍ୟରେ ପକାଇ ଦିଆଯାଇଥିଲା।

କଙ୍କାଳ ନିକଟରୁ ମିଳିଥିବା ମୁଦ୍ରା, ମେଡାଲ, ଡିଏନ୍‌ଏ ପରୀକ୍ଷା, ରେଡିଓ କାର୍ବନ ଆଦିରୁ ପ୍ରମାଣିତ ହୋଇଛି ଯେ ଏହି କଙ୍କାଳଗୁଡିକ ସିପାହି ବିଦ୍ରୋହ ସୈନିକଙ୍କର। ଇଂରେଜ ଶାସନ ସମୟରେ ଗୁଳିର ଟୋଟାରେ ଗାଈ ଚର୍ବି ବ୍ୟବହାରକୁ ଭାରତୀୟ ସୈନିକମାନେ ବିରୋଧ କରି ବିଦ୍ରୋହ କରିଥିଲେ। ଏହା ସିପାହି ବିଦ୍ରୋହ ବା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ପରିଚିତ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories