www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଶାସନ ମୁହଁ ଫେରାଇଲା, ନିଜ ଉଦ୍ୟମରେ ଚୁଆ ମରାମତି ସହ ସଫା କଲେ ଗ୍ରାମବାସୀ

ଜି.ଉଦୟଗିରି : ବାରମ୍ବାର ବ୍ଳକ ପ୍ରଶାସନର ଦ୍ବାରସ୍ଥ ହୋଇ କୌଣସି ସୁଫଳ ନ ମିଳିବାରୁ ନିଜର ଜୀବନ ବଞ୍ଚାଇବା ପାଇଁ ଜି.ଉଦୟଗିରି ପଞ୍ଚାୟତ ସମିତିର ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୩୦୦ ଜନସଂଖ୍ୟା ବିଶିଷ୍ଟ ଗଡାବିଶା ଗ୍ରାମବାସୀ ଦୈନନ୍ଦିନ ବ୍ୟବହାର କରୁଥିବା ଚୁଆକୁ ନିଜ ଉଦ୍ୟମରେ ମରାମତି ସହ ସଫା କରିଥିବା ଦେଖିବାକୁ ମିଳିଛି।  ଗତ ଏକ ବର୍ଷ ତଳେ ତତ୍କାଳୀନ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ଗଡାବିଶା ଗ୍ରାମବାସୀ ଭେଟି ବ୍ୟବହୃତ ଚୁଆକୁ ମରାମତି ସହ ସଫା କରିବାକୁ ଗୁହାରି କରିଥିବା ବେଳେ ପଲ୍ଲୀ ସଭାରେ ମଧ୍ୟ ଏ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ନିଜ ଉଦ୍ୟମରେ ସେମାନଙ୍କ ବ୍ୟବହୃତ ଚୁଆକୁ ମରାମତି କରିବା ସହ ସଫା କରିଥିଲେ। ଆଜିର ମରାମତି ଓ ସଫା କାର୍ଯ୍ୟରେ ଆମନ ପ୍ରଧାନ, ଆଇବନ ପ୍ରଧାନ, ସୁଶେଦ ନାୟକ, ଗଙ୍ଗା ପ୍ରଧାନ, ପୁଲୁ ପ୍ରଧାନ, ଟିଙ୍କୁ ପ୍ରଧାନ,ଅହଲ୍ୟା ପ୍ରଧାନ,କାଶିଆଫୁଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ଗ୍ରାମବାସୀ ସହଯୋଗ କରିଥିଲେ।
ପ୍ରକାଶ ଥାଉକି,ଏ ସମ୍ପର୍କରେ ଆମ ପ୍ରତିନିଧି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ବିଶିକେସନ ବେହେରାଙ୍କ ସହ ଯୋଗାଯୋଗ କରିବାରେ କହିଥିଲେ ଯେ ସରକାରଙ୍କ ପକ୍ଷରୁ ଚୁଆ ପାଣି ବ୍ୟବହାର ପାଇଁ  ନିଷେଧ ଥିବାବେଳେ ସେମାନଙ୍କ ଅଭିଯୋଗ ପ୍ରକାରେ ବ୍ଳକ ପ୍ରଶାସନ ମରାମତି କରିବା ସମ୍ଭବ  ହୋଇନଥିବା ଏବଂ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ସୋଲାର ପାଣି ପମ୍ପ ବ୍ୟବହାର ସକାଶେ ଗଡାବିଶା ବଡ ସାହିରେ ନିର୍ମୀତ ହୋଇଅଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories