www.samajalive.in
Saturday, December 6, 2025
19.1 C
Bhubaneswar

ଏୟାର ଲିଫ୍ଟ ହେଲେ ଅମ୍ରିତ, ୧କୋଟିରୁ ଅଧିକ ଅର୍ଥରେ ଚେନ୍ନାଇରେ ହେବ ଚିକିତ୍ସା

ଭୁବନେଶ୍ବର: କରୋନାରେ ଗୁରୁତର ଅମ୍ରିତ ପ୍ରଧାନଙ୍କୁ ଏୟାରଲିଫ୍ଟ କରାଗଲା। ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ଆପୋଲୋ ହସ୍ପିଟାଲ ଗଲେ ଅମ୍ରିତ। ଭୁବନେଶ୍ବର ଏୟାରପୋର୍ଟ ଯାଏ ଗ୍ରୀନ କରିଡର ଗଲା ଅମ୍ରିତଙ୍କ ଆମ୍ବୁଲାନ୍ସ। ଭୁବନେଶ୍ବର ଏମ୍‌ସରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୧୧ ମିନିଟରେ ପହଞ୍ଚିଲା ଆମ୍ବୁଲାନ୍ସ। କରୋନା ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ୨୪ବର୍ଷୀୟ ଅମ୍ରିତ ପ୍ରଧାନ। ପରିବାରର ଅନ୍ୟମାନେ ସଂକ୍ରମିତ ହେବା ପରେ ସଂକ୍ରମିତ ହୋଇଥିଲେ ଅମ୍ରିତ। ବାପାମା’ କରୋନାରୁ ସୁସ୍ଥ ହୋଇଥିଲେ ବି ଅମ୍ରିତ ଗୁରୁତର ହୋଇପଡ଼ିଥିଲେ। ନିମୋନିଆ ଏବଂ ସେଫ୍ଟିସେମିଆରେ ପୀଡ଼ିତ ହୋଇପଡ଼ିଥିଲେ ଅମ୍ରିତ। ଅମ୍ରିତଙ୍କ ଫୁସଫୁସ ମଧ୍ୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ଜରୁରୀ ଚିକିତ୍ସା ପାଇଁ ମେସିନ ଦରକାର ଥିଲେ ବି ଅଭାବ ପଡ଼ିଥିଲା। ଭୁବନେଶ୍ବର ଏମ୍‌ସରେ ଇସିଏମଓ ନ ଥିବାରୁ ଚେନ୍ନାଇ ପଠାଯିବା ଜରୁରୀ ଥିଲା। ଚେନ୍ନାଇରେ ଚିକିତ୍ସା ପାଇଁ ୧କୋଟିରୁ ଅଧିକ ଅର୍ଥ ଦରକାର ପଡୁଥିଲା। ବିପୁଳ ପରିମାଣର ଅର୍ଥ ଦେବାକୁ ପରିବାର ଲୋକେ ସକ୍ଷମ ନ ଥିଲେ। ସାରା ଦେଶବାସୀଙ୍କୁ ଅନଲାଇନରେ ସହାୟତା ମାଗିଥିଲେ ଅମ୍ରିତଙ୍କ ଭଉଣୀ ମନିଷା ପ୍ରଧାନ। ଏବେ ଦେଶର ବିଭିନ୍ନ ବର୍ଗର ଲୋକେ ସହାୟତା ପଠାଉଛନ୍ତି ବୋଲି ମନିଷା ସୂଚନା ଦେଇଛନ୍ତି। ଏବେ ଅମ୍ରିତଙ୍କୁ ଚେନ୍ନାଇ ପଠାଯାଇଥିବାବେଳେ  ପରିବାର ଲୋକେ ସାହାଯ୍ୟ ନିବେଦନ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories