www.samajalive.in
Monday, December 15, 2025
27.1 C
Bhubaneswar

ଆନ୍ଧ୍ର ମଲ୍ଟିପ୍ଲେକ୍ସରେ ଘରୋଇ ଖାଦ୍ୟକୁ ଅନୁମତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଆନ୍ଧ୍ରଲୋକେ ମଲ୍ଟିପ୍ଲେକ୍ସ ଭିତରକୁ ନିଜ ଘର ତିଆରି ଖାଦ୍ୟ ନେଇ ପାରିବେ। ବିଜୟୱାଡ଼ା ଜିଲା ଖାଉଟି ବିବାଦ ଫୋରମ ଏଭଳି ଅନୁମତି ପ୍ରଦାନ କରିଛି। ବିଜୟୱାଡ଼ାର କଞ୍ଜ୍ୟୁମର ଗାଇଡେନ୍ସ ସୋସାଇଟିର ୫ଜଣ କର୍ମକର୍ତ୍ତାଙ୍କ ଦ୍ୱାରା ଦାଏର କରାଯାଇଥିବା ଏକ ମାମଲାର ବିଚାର କରି ଫୋରମ ପକ୍ଷରୁ ଏଭଳି ଅନୁମତି ପ୍ରଦାନ କରାଯାଇଛି। ଏପରିକି ପାନୀୟ ଜଳ ମାଗଣାରେ ଉପଲବ୍ଧ କରିବାକୁ ଫୋରମ ନିର୍ଦେଶ ଦେଇଥିଲା। ମଲ୍ଟିପ୍ଲେକ୍ସରେ ବଜାର ମୂଲ୍ୟଠାରୁ ଅଧିକ ମୂଲ୍ୟରେ ଖାଦ୍ୟ ପାନୀୟ ବିକ୍ରି କରାଯିବା ସମ୍ପର୍କରେ ଅଭିଯୋଗ ଆସୁଥିଲା।
ଏଥିପୂର୍ବରୁ ମହାରାଷ୍ଟ୍ରରେ ମଲ୍ଟପ୍ଲେକ୍ସରେ ସିନେପ୍ରେମୀଙ୍କୁ ଘରୋଇ ଖାଦ୍ୟ ନେବାକୁ ଅନୁମତି ମିଳିଛି। ଏଥିସହିତ ମହାରାଷ୍ଟ୍ର ସରକାର ମଲ୍ଟିପ୍ଲେକ୍ସ ବାହାରେ ଓ ଭିତରେ ବିକ୍ରି ହେଉଥିବା ସାମଗ୍ରୀ ମୂଲ୍ୟରେ କୌଣସି ବ୍ୟତିକ୍ରମ ନ ରଖିବାକୁ ନିର୍ଦେଶ ଦେଇଛନ୍ତି।
ମଲ୍ଟିପ୍ଲେକ୍ସରେ ପିଲାଙ୍କୁ ତେଲ ଜାତୀୟ ଖାଦ୍ୟ ଖାଇବାକୁ ବାଧ୍ୟ କରାଯାଉଛି ବୋଲି ବୁଧବାର ମୁମ୍ବଇ ଉଚ୍ଚ ନ୍ୟାୟାଳୟ ମନ୍ତବ୍ୟ ଦେଇଥିଲେ। ଯଦି ଲୋକେ ବିମାନରେ ଘରୋଇ ଖାଦ୍ୟ ନେଇ ପାରୁଛନ୍ତି ତେବେ ସିନେମା ଗୃହକୁ କାହିଁକି ନେଇ ପାରିବେ ନାହିଁଁ ବୋଲି ଅଦାଲତ ପାଲଟା ପ୍ରଶ୍ନ କରିଥିଲେ। ତେଣୁ ମଲ୍ଟିପ୍ଲେକ୍ସରେ ଘରୋଇ ଖାଦ୍ୟ ଉପରେ ମାଲିକମାନେ ପ୍ରତିବନ୍ଧକ ଲଗାଇ ପାରିବେନି ବୋଲି ନିର୍ଦେଶ ଦେଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories