mission shakti banner

ଲକଡାଉନ୍ ଯୋଗୁ ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର

BSKY banner  750×100

ସୁଆଣ୍ଡୋ: ମଣିଷ ପେଟ ଚାଖଣ୍ଡକ ପାଇଁ ବିଭିନ୍ନ ଉପାୟରେ ପରିଶ୍ରମ କରି ପରିବାର ଚଳାଇଥାଏ। କିନ୍ତୁ ସମ୍ପ୍ରତ୍ତି କରୋନା ଭୂତାଣୁର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି। କାମଧନ୍ଧା ବନ୍ଦ ଯୋଗୁ ସେମାନଙ୍କ ପରିବାର ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ଏହି ପରି ଜଣେ ମୂର୍ତ୍ତି କାରିଗର ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମଳୁଖପାଟଣା ଗ୍ରାମର ସୁରେନ୍ଦ୍ର ବେହେରା। କେବଳ ସୁରେନ୍ଦ୍ର ନୁହନ୍ତି, ଜିଲାର ଅନେକ କୁଶଳୀ ମୂର୍ତ୍ତି କାରିଗର ଏବେ ହାତବାନ୍ଧି ଘରେ ବସିଛନ୍ତି। ମୂର୍ତ୍ତି ତିଆରି କଲେ ତାହା ବିକ୍ରି ହୋଇପାରୁ ନାହିଁ କି ଦୁଇପଇସା ରୋଜଗାର ନାହିଁ। ବହୁ ଅଭାବ ଅସୁବିଧାରେ ଏହି କାରିଗରମାନେ ଦିନ କାଟୁଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଗଢିବା ହେଉଛି ସୁରେନ୍ଦ୍ରଙ୍କ ପେସା। ନିମ କାଠରେ ସେ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି କରିଥାନ୍ତି। ଜମିବାଡ଼ି କହିଲେ ତାଙ୍କର ଖାଲି ଘର ଡିହ ଖଣ୍ଡିକ ରହିଛି। ତେଣୁ ତାଙ୍କର ହାତ ଚଳିଲେ ପେଟ ଚଳେ। ସେ ନୀତିନିଷ୍ଠାରେ ଅର୍ଥାତ ଶୁଦ୍ଧପୂତ ରହି ମହାପ୍ରଭୁଙ୍କ ମୂର୍ତ୍ତି ଗଢ଼ନ୍ତି ବୋଲି କୁହନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ପୁରୀରେ ମୂର୍ତ୍ତି ବିକ୍ରି କରି ଦୁଇ ପଇସା ରୋଜଗାର କରି ନିଜ ପରିବାର ଚଳାନ୍ତି । ଏବେ କରୋନା ସଂକ୍ରମଣ ରୋକିବାକୁ ଲକଡାଉନ କରାଯାଇଥିବାରୁ ତାଙ୍କ ବ୍ୟବସୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁରେନ୍ଦ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ତାଙ୍କୁ ଚାଉଳ ଏବଂ ୧ ହଜାର ଟଙ୍କା ମିଳିଛି। ଏହି ସହାୟତାରେ ଘର ଚଳାଇବା ବହୁତ କଷ୍ଟକର। ଆମପରି ଗରିବମାନେ ବହୁ ଅସୁବିଧାରେ ରହୁଛନ୍ତି ବୋଲି ସେ କହିଛନ୍ତି।

Comments are closed.