ବଢିଲା ବାର୍ଦ୍ଧକ୍ୟ ଭତ୍ତା
ଭୁବନେଶ୍ୱର: ରାଜ୍ୟ ସରକାର ଲୋକମାନଙ୍କର ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତାକୁ ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ଏଣିକି ୫୦୦ ଟଙ୍କା ପାଇବେ । ସେହିପରି ୫୦୦ ଟଙ୍କା ଭତ୍ତା ପାଉଥିଲେ ବ୍ୟକ୍ତି ଏବେ ୭୦୦ ଟଙ୍କା ପାଇବେ । ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ୭୦୦ ଟଙ୍କା ଭତ୍ତା ପାଇବେ । ଏହା ମାଧ୍ୟମରେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳାଙ୍କ ସମେତ ରାଜ୍ୟର ପ୍ରାୟ ୪୪ ଲକ୍ଷ ହିତାଧିକାରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ଦ୍ଧିତ ଭତ୍ତା ୨୦୧୯ ଫେବ୍ରୁଆରୀ ୧୫ ତାରିଖରୁ ମିଳିବ ବୋଲି ସୂଚନା ମିଳିଛି ।