www.samajalive.in
Sunday, December 7, 2025
14.1 C
Bhubaneswar

୩୭ତମ ଦିନରେ ଚାଷୀ ଆନ୍ଦୋଳନ :  ଆନ୍ଦୋଳନରତ ୬୦ ବର୍ଷିୟ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶ ଆଜି ନୂଆ ବର୍ଷକୁ ସ୍ବାଗତ କରୁଥିବା ବେଳେ ଅନ୍ୟପଟେ ଦେଶର ଜଣେ ଅନ୍ନଦାତା ଆତ୍ମବଳି ଦେଇଛନ୍ତି। କୁହୁଡି ଏବଂ ଥଣ୍ଡା ଯୋଗୁଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଭଳି ଥଣ୍ଡା ସତ୍ତ୍ୱେ ଦେଶର ଅନ୍ନଦାତାମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କର ଆନ୍ଦୋଳନ ୩୭ତମ ଦିନରେ ପହଞ୍ଚିଛି । ହାଡ ଭଙ୍ଗା ଶୀତରେ ଲୋକେ ବିଛଣାରୁ ବାହାରକୁ ଯିବାକୁ ଇଚ୍ଛା କରୁ ନଥିବା ବେଳେ ଚାଷୀମାନେ ସେମାନଙ୍କର ଦାବି ପୂରଣ କରିବା ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ରହିଛନ୍ତି । ସରକାର ତିନୋଟି ଚାଷୀ ମାରଣା ନିୟମକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଜିଦ୍‌ରେ ଅଟଳ ରହିଛନ୍ତି। କୃଷକ ଆନ୍ଦୋଳନ ହେତୁ ଦିଲ୍ଲୀର ଅନେକ ସୀମା ଏବଂ ମାର୍ଗ ବନ୍ଦ ରହିଛି। ଏହାରି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନରେ ସାମିଲ ଥିବା ଜଣେ ୬୦ ବର୍ଷିୟ କୃଷକଙ୍କ ମୃତ୍ୟୁ ହୋଇଛି।

ଗାଜିପୁର ସୀମାରେ କୃଷକ ଗାଲତାନ ସିଂଙ୍କ ମୃତ୍ୟୁ ପରେ ଅନ୍ନଦାତାମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଏହି ବଳିଦାନକୁ ବୃଥା ଯିବାକୁ ଦିଆଯିବ ନାହିଁ ବୋଲି କୃଷକ ନେତାମାନେ କହିଛନ୍ତି। ସୀମାରେ ପୁଲିସ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି।

- Advertisement -

କଂଗ୍ରେସ ନେତାମାନେ ମଧ୍ୟ ଜନ୍ତରମନ୍ତରରେ କୃଷି ନିୟମକୁ ବିରୋଧ କରି ନୂଆ ବର୍ଷ ପାଳନ କରିଥିଲେ। ଏହି ସମୟରେ ମୃତ କୃଷକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୟୁପି ଫାଟକରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ମୃତଦେହକୁ ମଞ୍ଚ ସମ୍ମୁଖରେ ରଖାଯାଥିଲା। ଅନ୍ୟ କୃଷକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୃଷକ ଆନ୍ଦୋଳନ ସମୟରେ ଗାଜିପୁର ସୀମାରେ ପ୍ରଥମ ଶହୀଦ।

ସୂଚନାଯୋଗ୍ୟ, ୟୁପି ଫାଟକରେ କୃଷକ ଆନ୍ଦୋଳନରେ ଜଡିତ ଥିବା ବାଗପାଟସ୍ଥିତ ଭଗବାନ୍ପୁରର ୬୦ ବର୍ଷିୟ ଗାଲତ ସିଂ ପାନୱାରଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା। ଏକ ଘରୋଇ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ମୃତଦେହକୁ ୟୁପି ଫାଟକକୁ ଅଣାଯାଇଥିଲା। ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories