www.samajalive.in
Saturday, December 13, 2025
27.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ଝୁମ୍ପୁରା : ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ଉନ୍ନୟନ କାର୍ଯ୍ୟ ଗୁଡିର ଅଗ୍ରଗତି କେତେ ହୋଇଛି, କାର୍ଯ୍ୟର ଲାଗୁଥିବା ଉପକରଣ ଗୁଡିକ କିପରି ରହିଛି ତା’ ସହିତ ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ଭିତରେ କାର୍ଯ୍ୟଗୁଡିକ ଶେଷ ହୋଇ ପାରିବକି ନାହିଁ ତାର ଟିନିନିକି ସମୀକ୍ଷା କରୁଛନ୍ତି ଜିଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ। ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କରିବା ନିମନ୍ତେ ଅମ୍ବାଡିସି ଅନୁଦାନରୁ ଝୁମ୍ପୁରା ବ୍ଲକର ନାରଦପୁର ଉଚ୍ଚ ବିଦ୍ୟାଳୟ ଏବଂ ଗୁମୁରା ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିଛି ବିଭାଗ। ଏହି ଅନୁଦାନରେ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ବିଜ୍ଞାନଗାର, ଫାଟକ, ସଭାଗୃହ ସହିତ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଆଦି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି । ସରକାର ଏହି ସବୁ କାର୍ଯ୍ୟ ଗୁଡିକୁ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଗୃହ ଗୁଡିକୁ ଗାନ୍ଧି ଜୟନ୍ତ୍ରୀ ଅବସରରେ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି । ଏହି ଦୁଇ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଯେତିକି ଅଗ୍ରଗତି ହେବା କଥା ସେହି ଅନୁପାତରେ ଅଗ୍ରଗତି ହୋଇନଥିବାରୁ କାର୍ଯ୍ୟଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକାରୀ । ଏହି ସମୀକ୍ଷା ସମୟରେ ଝୁମ୍ପୁରା ବିଡିଓ ବିଜୟ କୁମାର ନାୟକ, ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ପଟ୍ଟନାୟକ, ନାରଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଦର୍ଶି କର, ସରପଞ୍ଚ ସୁଶିଲ କୁମାର ନାଏକଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories