www.samajalive.in
Saturday, December 6, 2025
17.1 C
Bhubaneswar

ଗୁରୁପଦ ନନ୍ଦଙ୍କ ବିୟୋଗରେ ପିିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‍, ପୂର୍ବତନ ରାଉରକେଲା ବିଧାୟକ, ପୂର୍ବତନ କଟକ ଜିଲା କଂଗ୍ରେସ ସଭାପତି ଗୁରୁପଦ ନନ୍ଦଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଗତ କିଛି ଦିନ ଧରି ମହାମାରୀ କରୋନାରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଦେହାନ୍ତ ଖବର ମୋତେ ମର୍ମାହତ କରିଛି। ସ୍ୱର୍ଗତ ନନ୍ଦ ଛାତ୍ର ଜୀବନରୁ ରାଜନୀତି ସହିତ ସଂପୃକ୍ତ ରହିଥିଲେ। ସେ ଜଣେ ସରଳ, ନିଷ୍କପଟ ଓ ପରୋପକାରୀ ବ୍ୟକ୍ତି ଭାବେ ଦୀର୍ଘଦିନ ଧରି କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀରେ ରହି କଂଗ୍ରେସ ଦଳକୁ ସୁସଙ୍ଗଠିତ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରି ଆସୁଥିଲେ। ସ୍ୱର୍ଗତ ନନ୍ଦ ୧୯୮୦ ମସିହାରେ କଂଗ୍ରେସ ଟିକେଟ୍‍ରୁ ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇ ସରକାରୀ ଦଳର ମୁଖ୍ୟସଚେତକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସ୍ୱର୍ଗତ ନନ୍ଦଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି। ବିଶେଷକରି କଂଗ୍ରେସ ଦଳ ଜଣେ ସୁସଂଗଠକଙ୍କୁ ହରାଇଲା ବୋଲି କହିବା ସହ ସ୍ୱର୍ଗତ ନନ୍ଦଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories