www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ବିରୋଧରେ ଆଇଏସଆଇଏସର ଭୟଙ୍କର ଷଡ଼ଯନ୍ତ୍ର; ମୁସଲମାନ ସମ୍ପ୍ରଦାୟକୁ ଉସୁକାଉଛନ୍ତି ଆତଙ୍କବାଦୀ

ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଭାରତ ବିରୋଧରେ ଆରମ୍ଭ କରିଛି ଭୟଙ୍କର ଷଡ଼ଯନ୍ତ୍ର । ଭାରତୀୟ ମୁସଲମାନ ସମ୍ପ୍ରଦାୟକୁ ଉସୁକାଇ ଦେଶ ବିରୋଧ​‌ରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ଏକ ଦୀର୍ଘମିଆଦୀ ଯୋଜନା ଆଇଏସଆଇଏସ୍ କାର୍ଯ୍ୟକାରୀ କରିଛି । ସଙ୍ଗଠନର ଡ଼ିଜିଟାଲ ମୁଖପତ୍ରରେ ଭାରତୀୟ ମୁସଲମାନମାନଙ୍କୁ ଏଥିଲାଗି ପ୍ରରୋଚିତ କରାଯିବା ସହ ଭାରତ ବିରୋଧରେ ଅସ୍ତ୍ର ଉତ୍ତୋଳନ କରି ‘ଜେହାଦ’ର ରାସ୍ତା ବାଛିବାକୁ କୁହାଯାଇଛି । ଜୀ-ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟରେ ଏହି ବିପଜ୍ଜନକ ଷଡ଼ଯନ୍ତ୍ରର ଆଭାସ ଦିଆଯାଇଛି ।

ପ୍ରକାଶିତ ରିପୋର୍ଟରେ ବାବ୍ରୀ ମସଜିଦ୍ ଘଟଣାରେ ଭାରତୀୟ ମୁସଲମାନମାନଙ୍କୁ ପ୍ରତିଶୋଧ ନେବାକୁ ପ୍ରରୋଚିତ କରାଯାଇଛି। ଦେଶରେ ବିଭିନ୍ନ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟି କରିବା ପାଇଁ ଏଥିରେ ଅନେକ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି । ଏପରି ପତ୍ରିକା ଓ ଲେଖା ଦେଶର ଜାତୀୟ ସୁରକ୍ଷା ନିମନ୍ତେ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଜାତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ସଜାଗ ହୋଇ ପଡ଼ିଛନ୍ତି ।

- Advertisement -

ପୂର୍ବରୁ ଏହି ପତ୍ରିକା ’ଭଏସ ଅଫ ହିନ୍ଦ’ର  ଏକ ପୂର୍ବ ଡ଼ିଜିଟାଲ ସଂସ୍କରଣରେ ସିଏଏ (ନାଗରିକତା ସଂଶୋଧନ ଅଧିନିୟମ) ଓ ଏନଆରସିକୁ ବିରୋଧ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିବା ପରି କେତେକ ରିପୋର୍ଟ ପ୍ରକାଶ ପାଇଥିଲା ।   ନାଗରିକତା ଆଇନ ବିରୋଧରେ ବିକ୍ଷୋଭ  ପ୍ରଦର୍ଶନ କରୁଥିବା ମୁସଲମାନମାନଙ୍କ ସହ ଆଇଏସ୍ଆଇଏସ ଦୃଢ଼ ଭାବରେ ଛିଡା ହୋଇଛି ବୋଲି କୁହାଯାଇଥିଲା ।    ଆଇଏସ୍ ଆତଙ୍କବାଦୀମାନେ ଗୁପ୍ତ ଟେଲିଗ୍ରାମ ଚ୍ୟାନେଲ ଏବଂ ୱେବ୍ ମାଧ୍ୟମରେ ଭାରତରେ ଏହି ପତ୍ରିକା ବିସ୍ତାର କରିଥିଲେ। ଏବେ  ଏହି ପତ୍ରିକାର ନବମ ସଂସ୍କରଣ ପ୍ରକାଶ ପାଇଛି,  ଯାହା ଭାରତରେ ଘୃଣା, ବିଦ୍ଵେଷ ସୃଷ୍ଟି କରିବାକୁ କାର୍ଯ୍ୟ କରୁଥିବା ମନେ କରାଯାଉଛି । ଏହି ସଂସ୍କରଣରେ ବାବ୍ରୀ ମସଜିଦର ଏକ ପୁରୁଣା ଫଟୋକୁ ପ୍ରକାଶ କରି ଇସଲାମିକ ଦେଶ ନିମନ୍ତେ ସଂଗ୍ରାମ ହେବ ବୋଲି କୁହାଯାଇଛି । ଭାରତର ସୁରକ୍ଷା ଏଜେନ୍ସି ସୋସିଆଲ ମିଡିଆ ଏବଂ ୱେବରେ ଏପରି ଉସୁକାଇବା ଓ ଦେଶ ବିରୋଧୀ ଟିପ୍ପଣୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ମାର୍ଚ୍ଚରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଜାମିଆ ନଗରରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ​​ଯେଉଁମାନେ ଆଇଏସଆଇଏସ ପାଇଁ ମାଗାଜିନ ଛପା କରୁଥିଲେ। ଏହା ପରେ ଦିଲ୍ଲୀ ପୁଲିସ ମଧ୍ୟ ଅନ୍ୟ କିଛି ବ୍ୟକ୍ତିଙ୍କୁ ଗିରଫ କରିଥିଲା ବୋଲି ସୂଚନା ମିଳିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories