www.samajalive.in
Sunday, December 7, 2025
13.1 C
Bhubaneswar

‘ସମାଜ’ ର ପ୍ରଭାବ – ଅଧାପନ୍ତରିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟାରମ୍ଭ

ବୋଲଗଡ : ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରଣଯନ୍ତା’ଗତ ତା୧୧.୧୦.୨୦୨୦ରିଖ ସମାଜରେ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ବୋଲଗଡ ପ୍ରଶାସନ ଓ ଠିକାଦାର ଚଳଚଞ୍ଚଳ ହୋଇଉଠିଛନ୍ତି। ଗ୍ରାମାଞ୍ଚଳ ଜନସାଧାରଣଙ୍କ ଯାତାୟତ ପାଇଁ କେନ୍ଦ୍ରସରକାର ରାଜ୍ୟସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସ୍ଥାନୀୟ ଅସାମାଜିକ ଯୁବମାନଙ୍କର ବିରୋଧ ତଥା ଅସହଯୋଗ ଯୋଗୁଁ ଖଙ୍ଗୁରିଆଗ୍ରାମ ଠାରୁ ଯୋଡାପଡା ଗ୍ରାମ ପର୍ଯ୍ୟନ୍ତ ୩କି.ମି. ୮୦୦ମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଜନସାଧାରଣଙ୍କୁ ସୁଫଳ ମିଳିବା ପରିବର୍ତ୍ତେ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି ବୋଲି ଠିକାଦାର ନାରାୟଣ ସାହୁ କହିଛନ୍ତି। ପିଚୁରାସ୍ତା ନିର୍ମାଣପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଥିଲେ ମଧ୍ୟ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣପାଇଁ ଅସାମାଜିକ ଯୁବକମାନଙ୍କର ଜିଦ୍ ଖୋର ମନୋବୃତ୍ତି ଯୋଗୁଁ ନିର୍ମାଣକାର୍ଯ୍ୟକୁ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ ଓ ଠିକାଦାର ବାଧ୍ୟ ହୋଇ ବନ୍ଦ କରିଦେଇଥିଲେ। ବର୍ତ୍ତମାନ ଯୋଡାପଡା, ନିଳକଣ୍ଠପୁର, ଗବଡିହ ପାଟଣା ଓ ହରିପୁର ଶାସନ ଗ୍ରାମବାସୀମାନଙ୍କ ମିଳିତ ସହଯୋଗ ଯୋଗୁଁ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୧ମାସ ମଧ୍ୟରେ ଏହି ଅଧାପନ୍ତରିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ ବୋଲି ଠିକାଦାର ଶ୍ରୀସାହୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ଏହି ରାସ୍ତା ସିମେଣ୍ଟ କଂକ୍ରିଟ ପରିବର୍ତ୍ତେ ସମ୍ପୁର୍ଣ୍ଣ ପିଚୁରାସ୍ତା କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଟଯନ୍ତ୍ରୀ ଶ୍ରୀ ଶ୍ରୀଚନ୍ଦନ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories