www.samajalive.in
Sunday, December 7, 2025
14.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ବୋଲଗଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ବୋଲଗଡ : ଗତ ୨୫ବର୍ଷ ଧରି ଶାସନର ମଙ୍ଗୁଆଳ ଧରିଥିବା ବିଜେଡି ଦଳର ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ରାଜସ୍ୱ ବିଭାଗକୁ ‘ମୋ ସରକାର’ରେ ଅର୍ନ୍ତଭୁକ୍ତ କରିଥିଲେ ମଧ୍ୟ ଠିକଦାରଙ୍କ ନିମ୍ନମାନର କାର୍ଯ୍ୟଯୋଗୁଁ ବୋଲଗଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ ଅବସ୍ଥାରେ ଥାଇ ଛାତରୁ ପାଣି ଗଳୁଛି। କେତେବେଳେ ଯେ ଏହା କୌଣସି ବଡ ଦୁର୍ଘଟଣା ଘଟାଇବା ତାହାକୁ ନେଇ କାର୍ଯ୍ୟାଳୟର କର୍ମଚାରୀମାନେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଫ୍ୟାନ ଲାଗିଲା ମାତ୍ରକେ ଛେଲା ଛେଲା ସିମେଣ୍ଟ ଖସିବା ସହିତ ଜଣେ ସାଧାରଣ ଜନାତାଙ୍କ  ମୁଣ୍ଡ ଫାଟିଥିବାର ନଜିର ରହିଛି। ଅସରାଏ ବର୍ଷା ହେଲେ ଜରୁରୀ ଦସ୍ତାବିଜ୍ ଯଥା ବହୁ ପୁରୁଣା ମ୍ୟାପ ଏବଂ କାଗଜାତ ନଷ୍ଟ ହୋଇଯାଇଛି। ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଦେଶ ନେଇଥିବା ଠିକାଦାରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜସ୍ୱ ବିଭାଗର ଗୃହଟିକୁ ତୁରନ୍ତ ମରାମତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories