ପାଟଣା : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଦୁଇ ଡାକ୍ତରଖାନାକୁ କରୋନା ପୀଡ଼ିତଙ୍କ ସହାୟତା ନିମନ୍ତେ ଦୁଇଟି ରୋଗୀ ଯାନ ପ୍ରଦାନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏହି ଦୁଇଟି ରୋଗୀ ଯାନ ପ୍ରଦାନ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ଗୋଟିଏ ଟାଟା ୱିଙ୍ଗର ରୋଗୀଯାନ ଓ ଘଟଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ମାରୁତି ଓମନି ରୋଗୀଯାନ କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହାକୁ ଘଟଗାଁ ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକ ସ୍ଵାଗତ କରିଛନ୍ତି।
Popular Categories



