www.samajalive.in
Sunday, December 14, 2025
15.1 C
Bhubaneswar

ପିସିସି ପକ୍ଷରୁ ମହିଳା ଓ ଦଳିତ ଉତ୍ପୀଡନ ବିରୋଧି ଦିବସ ପାଳିତ

ଭୁବନେଶ୍ୱର : ସଂପ୍ରତି ଦେଶରେ ବିଜେପି ଶାସନ ଅମଳରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଦଳିତ ଅତ୍ୟାଚାର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି । ନିକଟରେ ଘଟିଥିବା ଉତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣା ଏହାର ଜ୍ଜ୍ୱଳନ୍ତ ଉଦାହରଣ । ମହିଳା ସମାଜ ଆଜି ଅସୁରକ୍ଷିତ। ଦୋଷୀମାନଙ୍କୁ ବିଜେପି ଶାସିତ ରାଜ୍ୟର ସରକାର ଘଣ୍ଟ ଘୋଡାଉଛନ୍ତି ଏବଂ ଆଇନ୍‌ର ବାଟକୁ ଦିଗହରା କରାଉଛନ୍ତି, ଯାହା ଦ୍ୱାରା ଅସାମାଜିକ ଏବଂ ଦୁଷ୍କର୍ମକାରୀ ମାନଙ୍କର ଭୟ ନାହିଁ । ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ଗୁରୁବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହିଳା ଓ ଦଳିତ ଉତ୍ପୀଡନ ବିରୋଧି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ମହିଳା ଓ ଦଳିତ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ଲୋୟର ପିଏମ୍‌ଜି ନିକଟରେ ପହଞ୍ଚିଥିଲା । ସେଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ଶ୍ରୀୟା ମହାନ୍ତି, ନିରୁପମା ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

- Advertisement -

୨୦୧୮ ମସିହା ତୁଳନାରେ ୨୦୧୯ ମସିହା ବେଳକୁ ଅନୁସୂଚିତ ଜାତିର ମହିଳାମାନଙ୍କ ଉପରେ ଅତ୍ୟାଚର ଓ ନିର୍ଯାତନା ଶତକଡା ୭ ପ୍ରତିଶତ ଏବଂ ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ଏହା ଶତକଡା ୨୬ ପ୍ରତିଶତ ବୃଦ୍ଧି ଘଟିଛି । ସେହି ତୁଳନାରେ ଅତ୍ୟାଚାର ଓ ନିର୍ଯାତନା ଅଭିଯୋଗ ପଞ୍ଜିକରଣ କରିବାରେ ମାତ୍ର ୧.୬ ପ୍ରତିଶତ ବୃଦ୍ଧି ଘଟିଛି। ସାରା ଭାରତ ବର୍ଷରେ ଉତ୍ତରପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଦଳିତ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ନିର୍ଯାତନା ଓ ଉତ୍ପୀଡନର ଶିକାର ହେବାକୁ ପଡୁଛି । ଏହା ହେଉଛି ନରେନ୍ଦ୍ର ମୋଦିଙ୍କର ନୂଆ ଏବଂ ସଶକ୍ତ ଭାରତବର୍ଷର ସ୍ୱପ୍ନ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ ଯେତେବେଳ ପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦିଆନଯାଇଛି ସେ ପର୍ଯ୍ୟନ୍ତ ସଶକ୍ତ ଭାରତ ଗଠନ ଅସମ୍ଭବ । ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନର ନାରା ଦେଉଥିବା ବେଳେ ପ୍ରକୃତ ପକ୍ଷେ ପ୍ରତିଦିନ ଓଡିଶାରେ ମହିଳା ଓ ଦଳିତମାନେ ଶୋଷିଷ, ଅବହେଳିତ ଓ ନିର୍ଯାତିତ ହେବାରେ ଲାଗିଛନ୍ତି । ମହିଳାମାନଙ୍କୁ ଉତ୍ପୀଡନ, ନିର୍ଯାତନା ଓ ଅତ୍ୟାଚାର କ୍ଷେତ୍ରରେ ଓଡିଶା ଆଜି ଭାରତବର୍ଷରେ ଦ୍ୱିତୀୟ ରାଜ୍ୟ । ନବୀନ ବାବୁ ଏ ରାଜ୍ୟର ୨୧ ବର୍ଷର ନିରନ୍ତର ମୁଖ୍ୟମନ୍ତ୍ରୀ । ଯେଉଁ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ସେମାନଙ୍କୁ ନ୍ୟାୟ ଦେବାରେ ଏ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ଏକଥା ଏନ୍‌ସିଆର୍‌ବି ରିପୋର୍ଟର ପ୍ରକାଶିତ ତଥ୍ୟ ପ୍ରମାଣ କରୁଛି । ପ୍ରକୃତରେ ଓଡିଶା ସରକାର ମା’କୁ ସମ୍ମାନ ଦେବାରେ ତିଳେମାତ୍ର ନିଷ୍ଠା ଦେଖାଇ ନାହାନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ହଳଧର ସେଠୀ, ବିଶ୍ୱଜିତ୍ ଦାସ, ଜୟନ୍ତ ଭୋଇ, ମଧୁସ୍ମିତା ସେଠୀ, ବେଣୁଧର ଭୋଇ, କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, ସ୍ନେହଲତା ରାୟ, ବିଶ୍ୱଜିତ୍ ଦାସ, ମନ୍ମଥ ରାଉତରାୟ, ରଜନୀ କୁମାର ମହାନ୍ତି, ଶ୍ରିୟାସ୍ମିତା ପଣ୍ଡା, କୁନି ହରିଚନ୍ଦନ, ନିରୁପମା ପାତ୍ର, ସ୍ମୃତିରେଖା ପହି, ନିର୍ମଳା ମଲ୍ଲିକ, ସବିତା ଚାନ୍ଦ, ଚୈତାଳୀ ପଟ୍ଟନାୟକ, ଉଲାସ ମଲିକ, ଅଶୋକ ଦାସ, ସ୍ୱରୂପ ତ୍ରିପାଠୀ, ଏଲ୍ ମାଣିକପ୍ରଭା, ଦିପ୍ତିରାଣୀ ପ୍ରଧାନ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ରମାକାନ୍ତ ସାହୁ, ମୁନି ଥାପା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories