www.samajalive.in
Sunday, December 14, 2025
23.1 C
Bhubaneswar

ନିଜ ଧୁନରେ ନେତା, ସଙ୍ଗଠନ କଥା ଚୁଲିକି

ବଲାଙ୍ଗିର : ବଲାଙ୍ଗିର ଜିଲାରେ ବିଜେପି ସଙ୍ଗଠନ ସ୍ଥିତିକୁ ନେଇ ଏର୍ବେ ଚର୍ଚ୍ଚା ଜୋର ଧରିଛି। ଉଭୟ ବଲାଙ୍ଗିର ସାଂସଦ ଓ ଲୋଇସିଂହା ବିଧାୟକ ବିଜେପି ଦଳର ନିର୍ବାଚିତ ହୋଇଥିବା ବେଳେ ଉଭୟଙ୍କ ଶୀତଳ ଯୁଦ୍ଧ ଏବେ ସଙ୍ଗଠନ ଉପରେ ଭାରି ପଡିବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟରେ ସଂପର୍କ ଖଟା ରହିଥିବା ବେଳେ ଏହି ଚର୍ଚ୍ଚା ଦଳ ଭିତରେ ନରହି ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଯଦି ଏହାକୁ ବେଳ ଥାଉ ସୁଧୁରା ନଯାଏ ତେବେ ଏହା ଆଗାମୀ ପଞ୍ଚାୟତ ଓ ପୈାର ନିର୍ବାଚନରେ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।

ବଲାଙ୍ଗିର ଜିଲାରେ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ, ବିଜେଡି ଓ ବିଜେପିର ସ୍ଥିତି ଭଲ ରହିଛି। ଗତ ସାଧାରଣ ନିର୍ବାଚନରେ ଲୋକସଭା ଆସନ ବିଜେପି ହାତକୁ ଯାଇଥିଲା। ସେହିପରି ଦୁଇଟି ବିଧାନସଭା ଆସନ ବିଜେଡି ଓ କଂଗ୍ରେସ ଦଳକୁ ଯାଇଥିଲା। ଗୋଟିଏ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଅଧିକ ଆସନରେ ବିଜୟୀ ହୋଇ ଜିଲା ପରିଷଦ ଗଠନ କରିଥିଲା। ଜିଲା ବିଜେପି ସଙ୍ଗଠନ ସଂପୂର୍ଣ୍ଣ ଭାବେ ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ଉପରେ ନିର୍ଭର କରୁଥିବା ବେଳେ ଏହି କିଛି ବର୍ଷ ଭିତରେ ଜିଲା ସଙ୍ଗଠନରେ ସେତେଟା ଉନ୍ନତି ଦେଖିବାକୁ ମିଳିନାହିଁ । ଏହି ତିନି ନେତା ନିଜ ଧୁନରେ ରହୁଥିବା ବେଳେ ସଙ୍ଗଠନ ପ୍ରତି କାହାର ନଜର ନଥିବା ବରିଷ୍ଠ ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି।

- Advertisement -

ସାଂସଦ ଶ୍ରୀମତି ସିଂହଦେଓ ଏବଂ ଲୋଇସିଂହା ବିଧାୟକ ଶ୍ରୀ ମହାଲିଙ୍ଗଙ୍କ ମଧ୍ୟରେ ସଂପର୍କ ସେତେଟା ଭଳ ନଥିବା ବେଳେ ଖୋଲାଖୋଲି ତାଙ୍କର ପୃଥକ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳୁଛି। ଦଳୀୟ କନ୍ଦଳ ପଦାରେ ପଡି ଦଳ ଉପରେ ଏହାର ପ୍ରଭାବ ପଡୁଥିବା ଦେଖାଯାଉଛି। ଜିଲା ପରିଷଦ ଅଧ୍ୟକ୍ଷାଙ୍କ ମଧ୍ୟ ସେହିଭଳି ଉପସ୍ଥିତି ଦେଖିବାକୁ ମିଳୁ ନଥିବା ବେଳେ ଆଗାମୀ ନିର୍ବାଚନରେ ଜିଲା ପରିଷଦ ନିର୍ବାଚନରେ ଦଳ ଜିତିବା ନେଇ ଏବେଠୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଥିବା ବେଳେ ଏଥିରେ ଦଳର ପ୍ରଦର୍ଶନ ନିହାତି ଭାବେ ଏକ ଆଲୋଚନାର ବିଷୟ । ଦଳୀୟ ସଙ୍ଗଠନ ଉପରେ କାହାରି ନଜର ନଥିବା ବେଳେ ସମସ୍ତ ରାଜନେତା ନିଜ ନିଜ ବୋଲକରା ସମର୍ଥକଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ଆଗକୁ ବିଜେପି ପ୍ରଦର୍ଶନ କଣ ରହିବ ବୋଲି ବିଜେପି ନେତା ମାନେ ସନ୍ଦେହରେ। ଯଦି ବର୍ତ୍ତମାନରୁ ଦଳୀୟ ସଙ୍ଗଠନ ଉପରେ ଚିନ୍ତା କରି କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଏହାର ପ୍ରଭାବ ବଲାଙ୍ଗିରରେ ଆଗାମୀ ନିର୍ବାଚନରେ ପଡିପାରେ ବୋଲି ରାଜନୈତିକ ବିଷାରଦମାନେ ମତ ଦେଲେଣି। ନିଜ ନିଜ ଅଞ୍ଚଳରେ ଏହି ବିଜେପି ନେତାଙ୍କୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଦଳ ଭିତରେ ମଧ୍ୟ ଅସନ୍ତୋଷ କୁହୁଳୁଛି। ଦଳୀୟ ହାଇକମାଣ୍ଡ ଏହି ବିଷୟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ନେତାମାନେ ଦାବି କରୁଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories