www.samajalive.in
Sunday, December 14, 2025
23.1 C
Bhubaneswar

ନନ୍ ବଳାତ୍କାର ମାମଲା: ଅଭିଯୁକ୍ତ ବିଶପଙ୍କୁ ସୁପ୍ରିମକୋର୍ଟ ଝଟକା, ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: କେରଳର ବହୁଚର୍ଚିତ ନନ୍ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଶପ ଫ୍ରାଙ୍କୋ ମୁଲ୍ଲାକାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଧକ୍କା । ତାଙ୍କର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏହାପୂର୍ବରୁ ଅଦାଲତ ଗତ ଅଗଷ୍ଟ ମାସରେ ଫ୍ରାଙ୍କାଙ୍କୁ ନିର୍ଦୋଷରେ ଖଲାସ କରିବା ଆବେଦନକୁ ଖାରଜ କରି ଦେଇଥିଲେ ।

୨୦୧୮ ମସିହାରେ ଜଣେ ୪୩ ବର୍ଷୀୟା ନନ୍ ବିଶପ ଫ୍ରାଙ୍କୋଙ୍କ ବିରୋଧରେ କୋଟାୟାମ ଥାନାରେ ଅଭିଯୋଗ କରିଥିଲେ । ବିଶପ୍ ଫ୍ରାଙ୍କୋ ୨୦୧୪ରୁ ୨୦୧୬ ମସିହାମ ଧ୍ୟରେ ତାଙ୍କୁ ଅନେକବାର ବଳାତ୍କାର କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ପଞ୍ଜାବର ମିଶନାରୀ ଅଫ ଯୀଶୁ ମଣ୍ଡଳୀର ସଦସ୍ୟା ଏହି ନନଙ୍କ ଅଭିଯୋଗ ଭିତ୍ତିରେ ୨୦୧୮ ସେପ୍ଟେମ୍ବର ମାସରେ ତଦନ୍ତ ଆରମ୍ଭ ହୋଇଥିଲା ଓ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ବିଶପ୍ ଫ୍ରାଙ୍କୋଙ୍କୁ ଗିରଫ କରିଥିଲେ । ୪୦ ଦିନ ପରେ ତାଙ୍କୁ ଜାମିନ ମିଳିଥିଲା ।

- Advertisement -

ଏହା ବିରୋଧରେ ବିଶପ୍ କେରଳ ହାଇକୋର୍ଟରେ ଆବେଦନ କରିଥିଲେ, ମାତ୍ର ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରି ଦେଇଥିଲେ । ତାଙ୍କୁ ଫସାଇ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ ଏବଂ ପୀଡ଼ିତା ବୋଲି ଦାବି କରୁଥିବା ନନଙ୍କ ଆର୍ଥିକ କାରବାର ସମ୍ପର୍କରେ ଅନୁସନ୍ଧାନ କରିବାକୁ ସେ ଦାବି କରିଥିଲେ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories