ବାରୁଣୀ ଘାଟରେ କାଉଡ଼ିଆଙ୍କ ଜଳ ସଂଗ୍ରହ
ପାତ୍ରପୁର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳଲାଗି ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ସମାସିଙ୍ଗି ଶାସନ ବାରୁଣୀ ଘାଟରୁ ଜଳ ସଂଗ୍ରହ ପାଇଁ କାଉଡ଼ିଆଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଶ୍ରାବଣର ସଂକ୍ରାନ୍ତି ତିଥିରେ ପ୍ରଥମ ସୋମବାର ପାଇଁ ଆଜି ବିଭିନ୍ନ ଅଞ୍ଚଳର କାଉଡ଼ିଆମାନେ ଜଳ ସଂଗ୍ରହ କରିଥିଲେ। ପୁରାଣ ବର୍ଣ୍ଣିତ (ଅମର କୋଷ ) ବାହୁଦା ନଦୀର ଉତ୍ତର ବାଙ୍କ ଠାରେ ବାରୁଣୀ ଘାଟ ରହିଛି। ଏହି ଘାଟରେ ଶିବ ବାଇଧର ହନୁମାନ ମନ୍ଦିର ଥିବା ବେଳେ ଦଶରୁ ଉର୍ଦ୍ଧ ଗ୍ରାମର ଶ୍ୱସାନ ରହିଛି। ଏହି ପୀଠରୁ ଜଳ ସଂଗ୍ରହ ପାଇଁ ଗତ ସନ୍ଧ୍ୟାରେ ବହୁ କାଉଡ଼ିଆ ପହଞ୍ଚି ନଦୀ କୂଳରେ ପୂଜାର୍ଚ୍ଚନା କରିବାପରେ ଜଳ ସଂଗ୍ରହ କରି ଥିଲେ। ପ୍ରବଳବର୍ଷା ସତ୍ବେ କାଉଡ଼ିଆମାନେ ଗଜପତି ଜିଲା ପାହାଡ଼ ଶିଖରେ ଥିବା ଲୁହାଖମ୍ବ ଶିବ ମନ୍ଦିରକୁ ଜଳ ଧରି ଯାଇଥିଲେ। ଆସନ୍ତାକାଲି ସୋମବାର ପାଇଁ ଆଜି ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଜଳ ଧରି କାଉଡିଆମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଉଛନ୍ତି।
Comments are closed.