www.samajalive.in
Friday, December 5, 2025
20.1 C
Bhubaneswar

ପୋଖରୀରେ ବୁଡି ବୃଦ୍ଧ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ଫାଣ୍ଡି ନିଳାଦ୍ରୀ ଚନ୍ଦ୍ରପୁର ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଗୋପାଳ ଦାସ (୬୩ )ବୋଲି ଜଣାପଡିଛି। ଗୋପାଳ ଆଜି ସକାଳେ ଗ୍ରାମ ନିକଟ ଗଦାବନ୍ଧକୁ ସ୍ନାନ କରିବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବା ଦେଖି ଘର ଲୋକମାନେ ପୋଖରୀ କୁ ଯାଇ ଦେଖିବା ବେଳକୁ ସେ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରି ଖାରିଆଗୁଡ଼ା ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories