ପାତ୍ରପର : ପାତ୍ରପୁର ମାଁ ବାଳକୁମାରୀ ଟ୍ରେକର ମାଲିକ ସଂଘ ତରଫରୁ ପାତ୍ରପୁର ତଳ ବସଷ୍ଟାଣ୍ଡ ଠାରେ ଥିବା ସଂଘ କାର୍ଯ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଏହି ଶିବିରକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା.ସମ୍ବିତ ବେଗରାୟ ଏବଂ ଜରଡ଼ା ଥାନାଧିକାରୀ ଟୁନା ସାମଲ ମିଳିତ ଭାବେ ଉଦଘାଟନ କରିଥିଲେ । ଏଥିରେ ୬୨ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ। ସଂଘ ସଭାପତି ଚିନ୍ତାମଣି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ସଂଘ କର୍ମକାର୍ତ୍ତାଙ୍କ ସହ ବହୁ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତସଂଗ୍ରହ କରିଥିଲେ ।
Popular Categories



