www.samajalive.in
Sunday, December 14, 2025
18.1 C
Bhubaneswar

ନବରାତ୍ର ପୁଜା ପାଇଁ ଚଳଚଞ୍ଚଳ ମା’ କୁଠାରୀଶ୍ୱରୀ ପୀଠ, ମଧ୍ୟ ରାତ୍ରୀରେ ଆବାହନ

ପାତ୍ରପୁର:ଆନ୍ଧ୍ରପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକର ବିଭିନ୍ନ ଗ୍ରାମର ଦେବା ଦେବୀ ପୀଠ ଗୁଡ଼ିକର ମାହାତ୍ମ୍ୟ ରହିଥିବା ବେଳେ ଏହି ବ୍ଲକର ଆରାଧ୍ୟା ଦେବୀ ମା କୁଠାରୀଶ୍ବରୀଙ୍କ ଅପାର ମହିମା ଓ ପୂଜାର୍ଚ୍ଚନା ପରମ୍ପରା ସମ୍ପୂର୍ଣ୍ଣ ନିଆରା। କେଉଁ କାଳରୁ ଏହି ପୀଠରେ ବର୍ଷର ବିଭିନ୍ନ ପର୍ବର୍ବାଣୀରେ ଭକ୍ତଙ୍କ ଭିଡ଼ ଲାଗିରହୁଥିବା ବେଳେ ମା’ଙ୍କ ନବରାତ୍ରୀ ପୂଜାରେ ଦର୍ଶନ ପାଇଁ ଭକ୍ତ ଅପେକ୍ଷା କରିଥାନ୍ତି।
ଚଳିତ ବର୍ଷ ମା’ଙ୍କ ୫୭ତମ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟ ରାତ୍ରୀରେ ମା’ଙ୍କୁ ଆବାହନ କରାଯିବ। ପାତ୍ରପୁର ଗ୍ରାମର ଇଷ୍ଟ ଦେବୀ ଭାବେ ପୂଜା ପାଉଥିବା ମା କୁଠାରୀଶ୍ବରୀ ପୀଠରେ ବର୍ଷ ତମାମ ବିଭିନ୍ନ ପର୍ବର୍ବାଣୀରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ପାଞ୍ଚବର୍ଷରେ ଥରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାତ୍ରା ସମୟରେ ମା’ଙ୍କୁ ଦୁଆରେ ଦେଖିବା ପାଇଁ ଯେଉଁଭଳି ଭାବରେ ଭକ୍ତ ଅପେକ୍ଷା କରି ଥାଆନ୍ତି ସେହିପରି ନବରାତ୍ରି ପୂଜାକୁ ଅପେକ୍ଷା କରିଥାନ୍ତି। କୁଠାରୀଶ୍ବରୀଙ୍କ ମନ୍ଦିରଟି ଗ୍ରାମର ପ୍ରବେଶ ପଥରେ ରହିଛି । ମା’ଙ୍କ ପ୍ରତିଷ୍ଠା ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ବେଳେ ବିଭିନ୍ନ ଜନଶ୍ରୁତି ଅନୁଯାଇ ମା’ଙ୍କ ପ୍ରତିଷ୍ଠା ତିନିଶହ ବର୍ଷ ପୂର୍ବର ବୋଲି କୁହା ଯାଉଛି। ମା’ ପୂଜା ପାଉଥିବା ସ୍ଥାନରେ ଗ୍ରାମର ଶ୍ରଦ୍ଧାଳୁ ଜନସାଧାରଣ ଦ୍ବାରା ମା’ଙ୍କ ମନ୍ଦିର ଓ ମୂର୍ତ୍ତି ନିର୍ମାଣ କରିବା ସହ ପୂଜା ପାଇ ଆସୁଛନ୍ତି।

ତିନିଶହ ବର୍ଷ ପୂର୍ବେ ସାତ ଖଣ୍ଡି ଗ୍ରାମକୁ ନେଇ ପ୍ରତିଷ୍ଠା ଲାଭ କରିଥିବା ପାତ୍ରପୁର ଗ୍ରାମରେ ମା’ଙ୍କ ଆବିର୍ଭାବ ଘଟିଥିଲା। ଗ୍ରାମର ମାଳି କୂଳ ଦ୍ବାରା ପ୍ରତିଷ୍ଠା ପର ଠାରୁ ମା’ଙ୍କ ପୂଜା କାର୍ଯ୍ୟ ଚାଲିଛି। ଏହି ପୀଠ ଟି ଚିକିଟି ରାଜା ପରିବାରର ଇଷ୍ଟ ଦେବୀ ବୋଲି କୁହା ଯାଉଛି। ପୂର୍ବରୁ ନିଶାର୍ଦ୍ଧରେ ରାଜ ପରିବାରର ଲୋକମାନେ ଏହି ପୀଠରୁ ନିଆଁ ନେଇ ଖନ୍ଦା କରି ଆସୁଥିଲେ। ମା’ଙ୍କ ସ୍ଥାବର ଅସ୍ଥାବର ସମ୍ପତି ନଥିବା ବେଳେ ରାଜା ପରିବାରର ପ୍ରଦତ୍ତ ପ୍ରାୟ ତିନି ଏକର ଜମି ରହିଛି। ନିୟମିତ ବାଳଭୋଗ ଅର୍ଣ୍ଣଭୋଗ ପରେ ସନ୍ଧ୍ୟାରେ ଆଳତୀ ପରେ ବାଳଭୋଗ ହୋଇ ଥାଏ। ବିବାହ ବ୍ରତ ଠାରୁ ଆରମ୍ଭ କରି ଝଡ଼ାଫୁଙ୍କା ପାଇଁ ଅଞ୍ଚଳର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ମନ୍ଦିର ପ୍ରବେଶ ଦ୍ବାର ବାମ ପାର୍ଶ୍ୱରେ ଲିମେଇଶୁଣି ପୂଜା ପାଉଛନ୍ତି। ମନ୍ଦିର ପରିସରରେ କେଉଁ କାଳରୁ ଥିବା ଲିମ୍ବ ଗଛ ମୂଳେ ଲିମେଇ ଶୁଣି ପୂଜା ପାଉଥିବା ବେଳେ ମହାବାତ୍ୟା ବେଳେ ଗଛଟି ଭାଙ୍ଗି ପଡ଼ିବା ପରେ ସେହିଠାରେ ଛୋଟିଆ ମନ୍ଦିର ନିର୍ମାଣ କରାଯାଇଛି। ଏହି ଲିମ୍ବ ବୃକ୍ଷର ପତ୍ର ମିଠା ଲାଗୁ ଥିଲା।

- Advertisement -

ମନ୍ଦିର ବେଢ଼ରେ ରାଧାକୃଷ୍ଣ ମନ୍ଦିର ସହ ତ୍ରିନାଥ ଦେବଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ଚୈତ୍ର ଏବଂ ଆଶ୍ୱିନ ମାସରେ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ମା’ଙ୍କ ମହିମା ଅପାର ତିରିଶି ବର୍ଷ ପୂର୍ବେ ମାଆଙ୍କ ଦେହରୁ ଅଳଙ୍କାର ଚୋରୀ କରି ଚୋରା ମନ୍ଦିରରୁ ବାହାରି ପାରିନଥିବା ଏହାର ପୂଜକ କହନ୍ତି। ସେହିପରି ପନ୍ଦର ପର୍ବ ପୂର୍ବେ ମାଙ୍କ କିରୀଟ ଚୋରି ହେବା ପରେ ପୁଲିସରେ ଅଭିଯୋଗ ପରେ କିରୀଟ କୁ ମନ୍ଦିର ମଧ୍ୟରେ ଫିଙ୍ଗିଦେବା ଭଳି ବହୁ ଆଲୋକିକି ଘଟଣା ମାଙ୍କ ମହିମାର ଅନ୍ୟନ ନିର୍ଦଶନ ଅଟେ। ତେବେ ଅଞ୍ଚଳର କେନ୍ଦ୍ର ସ୍ଥଳ ପାତ୍ରପୁର ଗ୍ରାମରେ ତିନିଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ଇଷ୍ଟ ଦେବୀ କୁଠାରୀ ଶ୍ୱରୀ ପୀଠ ଅବହେଳିତ ଅବସ୍ଥାରେ ରହି ଥିବା ବେଳେ। ଲୋକଙ୍କ ସହାୟତାରେ ବିଭିନ୍ନ କାର୍ଯ୍ୟ ସମ୍ପାଦନା ହେଉଥିବା ବର୍ଷୀୟାନ ପୂଜା କମିଟି ସଭାପତି ସଚିଦା ନନ୍ଦ ସୁବୁଦ୍ଧି ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories