www.samajalive.in
Saturday, December 13, 2025
27.1 C
Bhubaneswar

ପୁରିଆ ସାହି ପାଣି ସଂରକ୍ଷଣ ଦାବୀ କଲେ ପୂର୍ବତନ ବାଚସ୍ପତି

ପାତ୍ରପୁର: ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ପୁରିଆସାହିଠାରେ ଥିବା ମହେନ୍ଦ୍ର ତନୟା କ୍ଷୁଦ୍ର ଜଳସେଚନ ଯୋଜନା ପାଣି ବର୍ତ୍ତମାନ ସୁଦ୍ଧା କେନାଲ ଶେଷ ଅଂଶକୁ ପହଞ୍ଚି ନଥିବା ବେଳେ ଚଳିତ ବର୍ଷର ଅନିୟମିତ ବୃଷ୍ଟିକୁ ଦେଖି ଲଘୁଚାପ ବର୍ଷା ପରେ ଆଗାମୀ ରବି ଫସଲ ପାଇଁ ବିଭିନ୍ନ ପୋଖରୀ, ସାଗରରେ ଜଳ ସଂରକ୍ଷଣ ରଖିବାକୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ କହିଛନ୍ତି। ପୁରିଆସାହି କ୍ଷୁଦ୍ର ଜଳସେଚନ ଯୋଜନା ୩୦ ବର୍ଷ ପୂର୍ବେ ମହେନ୍ଦ୍ର ତନୟା ନଦୀରେ ନିର୍ମାଣ ହୋଇ ତୁମ୍ବା, ସାମନ୍ତରାପୁର, ଜରଡା, ଆମ୍ବପୁର, ବାଦପୁର, ପାତ୍ରପୁର ଆଦି ପଞ୍ଚାୟତର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଛି। ଏଥିପାଇଁ ୨୪.୫୦୦ ମିଟର କେନାଲ ପୂରିଆ ସାହିଠାରୁ ଦେଶାରୀ ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ଗତ ତିତିଲି ବେଳେ ନଦୀରେ ଅଧିକା ପାଣି ଆସିବା ଫଳରେ ପୁରିଆସାହି ପ୍ରକଳ୍ପଟି ଭାଙ୍ଗି ଯାଇଥିଲା। କାମ ସମ୍ପୂର୍ଣ୍ଣ ହୋଇ ନଥିବା ଯୋଗୁଁ ନଦୀ ଜଳ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ହେବା ଫଳରେ ପାଣି ଠିକ ଭାବେ ତିନି ବର୍ଷ ହେଲା କେନାଲ ରେ ଆସିପାରୁ ନାହିଁ। ଚଳିତ ବର୍ଷ ଅଞ୍ଚଳରେ ଭଲ ବର୍ଷା ହୋଇ ନ ଥିବା ଯୋଗୁଁ ବହୁ ଚାଷ ଜମିକୁ ହଳ ନଯାଇ ପଡିଆ ରହିଛି। ଯାହାକୁ ନେଇ ଚାଷୀ ମହଲରେ ଏବେ ଚାଷକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ଉପର ମୁଣ୍ଡରେ ବର୍ଷା ହେବା ଫଳରେ ନଦୀରେ ପାଣି ଆସିବା ପରେ କେନାଲରେ ଅଧିକା ପାଣି ଆସୁଛି। ତେବେ ଅଞ୍ଚଳର ବାଦପୁର, ଜିଲୁଣ୍ଡା, ଟିନିଘରିଆ, ବମକେଇ ଆଦି ଗ୍ରାମର ବହୁ ଜମି ପଡ଼ିଆ ପଡ଼ିଥିବା ବେଳେ ବର୍ଷରେ ପାଣି ହେବା ପରେ ଚାଷୀ ଖରାରୁ ବଞ୍ଚିଥିବା ବୁଢ଼ା ତଳି ରୋଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବିଳମ୍ବ ରୁଆ ଯୋଗୁଁ ଅମଳ କମିବା ଆଶଙ୍କା ରହିଛି। ତେଣୁ କ୍ଷୁଦ୍ର ଜଳସେଚନ ବିଭାଗ ଚାଷୀଙ୍କ ଏହି ସମସ୍ୟାକୁ ଦେଖି କେନାଲରେ ପାଣି ଆଣି ନାରାୟଣ ସାଗର ସମେତ ଅନ୍ୟ ପୋଖରୀଗୁଡ଼ିକରେ ସଂରକ୍ଷଣ କଲେ ଆଗାମୀ ରବି ଫସଲ ପାଇଁ ଚାଷୀ ପାଣି ବ୍ୟବହାର କରି ଫସଲ ଅମଳ କରିପାରିବେ ବୋଲି କହିଥିଲେ। ଏ ସଂପର୍କରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଅଭିଯୋଗ କରିବା ସହ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରି କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ଷା ପରେ ଏବେ କେନାଲର କୋଡିଏ କିଲୋମଟର ପର୍ଯ୍ୟନ୍ତ ପାଣି ପହଞ୍ଚିବା ପରେ ଚାଷୀ ଜମିକୁ ମଡାଉଛନ୍ତି। ଆଗାମୀ ଦିନରେ କେନାଲ ଶେଷରେ ପାଣି ପହଞ୍ଚିବା ପରେ ରବି ଫସଲ ପାଇଁ ଜଳ ସଂରକ୍ଷଣ ଲାଗି ଦୃଷ୍ଟି ଦେଇ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories