www.samajalive.in
Thursday, December 11, 2025
18.1 C
Bhubaneswar

ବାସୀଭୋଗ ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ; ୩୦ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ମୂଷାଡ ଗ୍ରାମରେ ନୂଆଁଖାଇ ଭଳି କୃଷିଭିତ୍ତିକ ପର୍ବରେ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାର ବାସୀଚୁଡ଼ା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ବ ମହିଳା, ପୁରୁଷ, ଛୋଟପିଲା ଅସୁସ୍ଥ ହୋଇ ପୁରୁଣାକଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେଥିରୁ ପାଖାପାଖି ୩୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୌଦ୍ଧ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ପୁରୁଣାକଟକ ଡାକ୍ତର ରଜତ କୁମାର ଦିଗାଲ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ମଙ୍ଗଳବାର ମୂଷାଡ ଗ୍ରାମରେ ଗଣେଶପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶପୂଜା ଅବସରରେ ତିଆରି ହୋଇଥିବା ଚୁଡ଼ାଘସା ଭୋଗକୁ ବୁଧବାର ସକାଳେ ଗାଁ ସାରା ଲୋକଙ୍କୁ ବଣ୍ଟନ କରାଯାଇଥିଲା। ବାସୀ ଚୁଡ଼ାଘସା ଭୋଗ ଖାଇବା ପରେ ଆଜି ସକାଳୁ ଛୋଟ ଛୁଆଠାରୁ ଆରମ୍ଭ କରି ମହିଳା/ପୁରୁଷ, ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଭଳି ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ପେଟକାଟିବା ସାଙ୍ଗକୁ ବାନ୍ତି ହେବାରୁ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ଅସୁସ୍ଥ ଅବସ୍ଥାରେ ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ୫୪ଜଣ ପହଞ୍ଚିଥିଲେ। ଯାହାଫଳରେ ମେଡିକାଲରେ ରୋଗୀଙ୍କ ପାଇଁ ବେଡ୍‌ ମିଳିନଥିଲା। ସେଠାରୁ ୩୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀଙ୍କୁ ୧୦୮ ଆମ୍ବଲାନ୍ସ ସହିତ ବେସରକାରୀ ଗାଡ଼ିରେ ୪ଟି ପର୍ଯ୍ୟାୟରେ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏଥିରେ ୧ବର୍ଷରୁ ୧୩ବର୍ଷ ପର୍ଯ୍ୟନ୍ତ ୪୦ଜଣ ଜଣ ଶିଶୁ ଅସୁସ୍ଥ ଥିବା ଜଣାପଡ଼ିଛି। ଖବରପାଇ ପୁରୁଣାକଟକ ମେଡିକାଲରେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଦେବରାଜ ପ୍ରଧାନ ପହଞ୍ଚି ଅସୁସ୍ଥ ରୋଗୀଙ୍କ ପରିବାରଙ୍କୁ ଭେଟିଥିବା ଜଣାପଡ଼ିଛି। ଖବରପାଇ ବୌଦ୍ଧ ଏଡିଏମଓ ଡାକ୍ତର ବି.କେ ହେମ୍ବ୍ରମ ପୁରୁଣାକଟକ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories