www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରପାତରେ ମହିଳା ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ବ୍ରାହ୍ମଣ ନୂଆଗାଁ ଗ୍ରାମପଞ୍ଚାୟତ ଆନ୍ଧ୍ର ସୀମାନ୍ତ ଶବର ଦେଇ ପେଟା ଗ୍ରାମର ଜଣେ ମହିଳାଙ୍କ ବଜ୍ରାପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ଜଣକ ହେଉଛନ୍ତି ରୋକାଲା ଭଗବାନ ଙ୍କ ପତ୍ନୀ ରୋକାଲା ଚମ୍ପା ବୋଲି ଜନା ପଡ଼ିଛି । ମହିଳା ଜଣକ ଗ୍ରାମରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଚାଷ ଜମିକୁ ଯାଇଥିଲେ। ଏତିକି ବେଳେ ଘଡଘଡି ସହ ବଜ୍ରପାତ ହୋଇଥିଲା। ମହିଳା ଜଣଙ୍କୁ ବଜ୍ରାପାତ ମାରିବାରୁ ସେ ଚାଷ ଜମିରେ ଟଳି ପଡ଼ିଥିଲେ। ଆଖ ପାଖ ଚାଷ ଜମିରେ କାମ କରୁଥିବା ଲୋକମାନେ ମହିଳାଙ୍କୁ ଉଦ୍ଧାର ପରେ ସବରଦାଇ ପେଟା ଗ୍ରାମକୁ ଆଣି ପାତ୍ରପୁର ତହସିଲଦାରଙ୍କୁ ଖବର ଦେଇଥିଲେ। ମହିଳାଙ୍କ ପରିବାରର ସମସ୍ତେ କଲିକତାରେ ରହୁଥିବା ବେଳେ ସେ ଏଠାରେ ଏକାକୀ ରହୁଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories