www.samajalive.in
Monday, December 8, 2025
14.1 C
Bhubaneswar

ବିପଦ ଡାକୁଛି ଗାଜର ଘାସ

ପାତ୍ରପୁର:  ଘାସ ଏକ ପରିଚିତ ନାମ। ତୃଣଭୋଜୀ ପଶୁଙ୍କ ଏହା ଆହାର ହୋଇ ଥିବା ବେଳେ ମନୁଷ୍ୟ ମଧ୍ୟ ବିଭିନ୍ନ କିସମର ଘାସ ବ୍ୟବହାର କରିବା ଦେଖାଯାଏ। ତେବେ ବିଗତ କିଛି ବର୍ଷ ହେଲା ଆମ ଦେଶକୁ ଆସି କାୟା ବିସ୍ତାର କରି ଥିବା ଗୋଟିଏ ଘାସ ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି। ଏହି ବିନାଶକାରୀ କଂଗ୍ରେସ ଘାସ ଵା ଗାଜର ଘାସ (ଗାଜର ବୁଟି ହିନ୍ଦୀ ନାମ) ଇଂରାଜି ନାମ ପାର୍ଥେନିଅମ୍ ହିଷ୍ଟ୍ରଫୋସ୍ । ଏହାର ଉତ୍ପତ୍ତିସ୍ଥଳ ମେକ୍ସିକୋ ,ଆମେରିକା। ଏହା ଏକ ଅଦରକାରୀ ହାନିକାରକ ଘାସ। ବର୍ତ୍ତମାନ ଏହି ଘାସ ବିଶ୍ଵର ପ୍ରାୟ ଅଧିକାଂଶ ଦେଶ ଆଉ ମହାଦେଶ ଯେପରି ଅଷ୍ଟ୍ରେଲିଆ, ଚିନ୍, ପାକିସ୍ଥାନ, ବ୍ରାଜିଲ, ଭାରତ ଆଦି ଦେଶରେ ବ୍ୟାପୀ ସାରିଛି। ଉନବିଂଶ ଶତାବ୍ଦୀରେ ୧୯୫୫ ମସିହାରେ ଗହମ ଖାଦ୍ୟ ଯାହା ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ ଯୋଗାଇବା ପାଇଁ ଆମେରିକା ଦ୍ଵାରା ଭାରତକୁ ଯୋଗାଇ ଦିଆଯାଇଥିଲା।
ଏହା ପରେ ଏହି ଘାସ ଭାରତ ବ୍ୟାପୀ କାୟା ବିସ୍ତାର କରିଛି। ଏହା ଉଭୟ ଫସଲ ହାନି ଏବଂ ଚାଷୀ ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏହା ବିଶେଷ ଭାବରେ ସ୍ୱାସ୍ଥ୍ୟ ପାଇଁ ଜୀବନ ପାଇଁ ଏଵଂ ପଶୁ ମାନଙ୍କ ପାଇଁ ହାନିକାରକ। ଏହି ଘାସ ଓ ଏହାର ଫୁଲ ସଂସ୍ପର୍ଶରେରେ ଆସିଲେ ଶ୍ୱାସ ଜନିତ ରୋଗ ଯଥା ଆସ୍ତାମା ,ହୃତପିଣ୍ଡ ଜନିତ ରୋଗ ଆଦି ରୋଗ ହୋଇଥାଏ। ଏହାର ପରାଗ ରେଣୁ ସଂସ୍ପର୍ଶରେ ଅଧିକ ଦିନ ଆସିଲେ ମୁଣ୍ଡବିନ୍ଧା, ଆଉ ଶ୍ୱାସ , ଫୁସଫୁସ୍ ଜନିତ କର୍କଟ ଆଦି ଭୟଙ୍କର ରୋଗ ହୋଇଥାଏ।

ଏହି ଫସଲ ବହୁତ୍ ଅଳ୍ପ ଦିନ ମଧ୍ୟରେ ଏହାର ବଂଶ ବିସ୍ତାର କରିଥାଏ । ଏବେ ଏହା ରେଲୱେ ଷ୍ଟେସନ, ଖାଲି ପଡିଆ,ଜମି, ବାଡି ବଗିଚା ମାନଙ୍କରେ ବହୁତ କମ୍ ସମୟ ମଧ୍ୟରେ ବ୍ୟାପୀ ଯାଉଅଛି। ଏହାକୁ ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ଚାଷୀ ମାନଙ୍କ ମଧ୍ୟରେ ସଚତନତା ଆବଶ୍ୟକ ଜରୁରୀ ହୋଇପଡ଼ିଛି। ପାତ୍ରପୁର ଅଂଚଳରେ ପୂର୍ବରୁ ନଦୀ ,ପୋଖରୀ, ଜମି ରାସ୍ତା କଡରେ ଅମରୀ, ଗନ୍ଧରୀ , ଯୁଇ ,ଗଛ ବ୍ୟାପୀ ଥିଲା। ସେହି ଗଛ ଜାଳେଣି ପାଇଁ ବ୍ୟବହାର କରୁଥିଲେ। ତେବେ ବିଦେଶରୁ ଆସିଥିବା ଅମରୀ କ୍ଷତିକାରକ ଜଣାପଡିବା ପରେ ଏହାର ବ୍ୟବହାର କମିବା ସହ ଏବେ ଏହି ଗଛ ବହୁମାତ୍ରାରେ ଲୋପ ପାଇଛି। ଏବେ ଏହି ଘାସ ରାସ୍ତା ଘାଟ ଠାରୁ ସ୍କୁଲ ପଡିଆ ବିଭିନ୍ନ କାର୍ୟ୍ୟାଳୟ ପାର୍ଶ୍ଵରେ ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ସାଧାରଣ ଲୋକମାନେ ଏହି ଘାସର ଅପକାରିତା ଉପରେ ଜାଣି ନାହାନ୍ତି। ଫଳରେ ଏହି ଘାସ ସଂସ୍ପର୍ଶରେ ଆସି ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମାଞ୍ଚଳରେ ଗ୍ରାମ କଲ୍ୟାଣ ସମିତି ଗଠନ କରି ଗ୍ରାମର ରାସ୍ତାଘାଟ ସଫା ଠାରୁ ବିଭିନ୍ନ କାମ ସମିତି ମ।ଧ୍ୟମରେ କରାଯାଇଛି। ପ୍ରତି ସମିତିକୁ ଏହି କାର୍ୟ୍ୟ ପାଇଁ ସରକାର ପାଣ୍ଠି ସହାୟତା ଯୋଗ।ଉଛନ୍ତି। ତେବେ ଚାଷୀ ଏବଂ ଲୋକମାନଙ୍କୁ ଏହି ଘାସ ସମ୍ପର୍କରେ ଅବଗତ କରାଇବା ସହ ଏହାର ସମୂଳ ଧ୍ୱସ ପାଇଁ ଧ୍ୟାନ ଦେବା ଜରୁରୀ ହୋଇ ପଡ଼ିଛି। ଏହି ଘାସ ଧଳା ଫୁଲ ଆସିବା ପୂର୍ବରୁ ହାତରେ ଧରି ମୂଳରୁ ଉପଡି ଦେବା ଆବଶ୍ୟକ। ଏହାପରେ ଗୋଟିଏ ଖାତ ଖୋଳି ୩ ରୁ ୪ ଫୁଟ ଗଭୀରରେ ସବୁକୁ ଗୋବର ପାଣି, ଯବକ୍ଷାରଜାନ ସାର, ଲୁଣପାଣି, ଦେଇ ଉପରେ ମାଟି ଧାଙ୍କୁଡି ଦେବା ଆଉ ଦୁଇ ରୁ ତିନି ସପ୍ତାହ ପରେ ଏହାକୁ ଖୋଲି କମ୍ପୋଷ୍ଟ ଭାବରେ ବ୍ୟବହାର କରିପାରିବେ।
ଏହାକୁ ନଷ୍ଟ କରିବା ପାଇଁ ଲୁଣାପାଣି(୧କେଜି ଲୁଣ + ୩ ଲିଟର ପାଣି ) ଦୁଇ ଘଣ୍ଟା ଗୋଳାଇ ରଖନ୍ତୁ । ଆଉ ଦୁଇ ଘଣ୍ଟା ପରେ ସ୍ପ୍ରେୟାର ମାଧ୍ୟମରେ ଏହାକୁ କଂଗ୍ରେସ ଘାସ ଉପରେ ସ୍ପ୍ରେ କରନ୍ତୁ। ତିନି ଦିନ ପରେ ସେହି ଘାସ ମରିଯିବ। ଘାସ ଫୁଲ ଆସିବା ପୂର୍ବରୁ ହାତରେ ଧରି ଉପାଡ଼ି ଦିଅନ୍ତୁ ଆଉ ମୁହଁରେ ମାସ୍କ ପିନ୍ଧନ୍ତୁ। ଫୁଲ ଆସିବା ପୂର୍ବରୁ କଲେ ଏହି ଘାସ ବିଲୋପ ହୋଇ ପାରିବ ବୋଲି ଜଣେ ପୂର୍ବତନ କୃଷି ଅଧିକାରୀ ପ୍ରକାଶ କରିଛନ୍ତି। ସରକାରୀ ସ୍ତରରେ ଏହି ବିପଦ ଜନକ ଘାସ ବିନାଶ ପାଇଁ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories