ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଶ୍ରୀ ଭରତପତି ମହାବିଦ୍ୟାଳୟର ରେଡ଼୍ ରିବନ୍ କ୍ଲବ୍ ତରଫରୁ ଏଡ଼ସ ଉପରେ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟନିର୍ବାହୀ ପରାମର୍ଶଦାତା ମନୋଜ କୁମାର ସାହୁ ଯୋଗ ଦେଇ ଏଡ଼ସ ନିରାକରଣ ଉପରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Popular Categories



