ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ, ୩ ଗିରଫ

ପାଟଣାଗଡ: ସ୍ଥାନୀୟ ଅବକାରୀ ବିଭାଗ ଖପ୍ରାଖୋଲ ବ୍ଲକର ୨ଟି ଗାଁରେ ଚଢଉ କରି ବେଆଇନ ଭାବରେ ରନ୍ଧା ଯାଉଥିବା ୭୨ ଲିଟର ଦେଶୀ ମଦ ଏବଂ ମଦ ରନ୍ଧା ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ବ୍ୟାପକ ଭାବରେ ଦେଶୀ ମଦ ରନ୍ଧା ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସ ନିଜର କାର୍ଯ୍ୟାଳୟ ସହଯୋଗୀ ବୁଲୁ ସେଠୀ, ଅଜିତ ସାହୁ, ଗୁଣମତୀ ମାଝୀ ଏବଂ ଅନ୍ୟାନ୍ୟଙ୍କ ସହ ମିଶି ଆଜି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଡଙ୍ଗିଆବାହାଲ ଏବଂ ଇଲାପାଲିରେ ଅତର୍କିତ ଚଢଉ କରିଥିଲେ। ଦେଶୀ ମଦ ରାନ୍ଧୁଥିବା ଅବସ୍ଥାରେ ଅଲେଖ ବରିହା, କୈଳାଶ ଭୁଏ ଏବଂ ଝସକେତନ ମଲ୍ଲିକଙ୍କୁ ୭୨ ଲିଟର ଦେଶୀ ରନ୍ଧା ମଦ ସହ କାବୁ କରିନେବା ସହ ସେମାନଙ୍କ ନିକଟରୁ ୬ଟି ପ୍ଲାଷ୍ଟିକ ଜାର୍, ୪ଟି ପ୍ଲାଷ୍ଟିକ ଡ୍ରାମ୍ ଏବଂ ଅନ୍ୟାନ୍ୟ ମଦ ରନ୍ଧା ଉପକରଣ ଜବତ କରିଥିଲେ। ଅଭିଯୁକ୍ତ ୩ ଜଣଙ୍କୁ ପାଟଣାଗଡ ଅବକାରୀ କାର୍ଯ୍ୟାଳୟକୁ ଧରି ଆଣି ଅଧିକ ପଚରା ଉଚୁରା କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। କରାଯାଇଛି।

kalyan agarbati

Comments are closed.