www.samajalive.in
Sunday, December 7, 2025
14.1 C
Bhubaneswar

କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ପାଟଣାଗଡ: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ(୫୬)ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ସହର ତଥା ବ୍ଲକ କାର୍ଯ୍ୟାଳୟଠାରୁ ପ୍ରାୟ ୧୩ କିମି ଦୂର ଏକ ଜଙ୍ଗଲ ମଧ୍ୟରେ ଥିବା ଏକ କପା କିଆରୀରେ ଶୁକ୍ରବାର ତାଙ୍କ ମୃତଦେହ ପଡିଥିବା ସହ ନିକଟରେ ସେ ବ୍ୟବହାର କରୁଥିବା ଟିଭିଏସ୍‍ ଏକ୍ସଏଲ୍‍ ଗାଡି ପଡି ରହିଥିବା ଦେଖିବାକୁ ମିଳିଛି। ତେବେ ବ୍ଲକର ସୋଲବନ୍ଧ, ବନକାବିହାର ଏବଂ ବାଲିପଟା ମଧ୍ୟରେ ଥିବା ଉକ୍ତ ଜଙ୍ଗଲ ମଧ୍ୟରେ ତାଙ୍କ ମୃତଦେହ ପଡିଥିବା ଘଟଣାରୁ ଏହା ଏକ ସଂଗଠିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରିଛି।

ପ୍ରକାଶ ଯେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଗୋପାଳ ନଗର, କଶର୍ଡାର ମୂଳ ନିବାସୀ ସୁରେଶ କୁମାର ସାହୁ ପ୍ରାୟ ୩ ବର୍ଷ ହେବ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରି ଆସୁଥିଲେ। ଜଣେ ସରଳ, ନିଷ୍କପଟ, ନମ୍ର ସ୍ୱଭାବର ବ୍ୟକ୍ତି ଭାବରେ ଜଣାଶୁଣା ସୁରେଶଙ୍କ କୌଣସି ବ୍ୟକ୍ତିଙ୍କ ସହ ତିକ୍ତତା କିମ୍ବା ଶତୃତା ନଥିବା ତାଙ୍କ ସହକର୍ମୀମାନେ ପ୍ରକାଶ କରିଛନ୍ତି। ଅତ୍ୟନ୍ତ ସରଳ ଏବଂ ନିରାଡମ୍ବର ଜୀବନଯାପନ କରୁଥିବା ଶ୍ରୀ ସାହୁ ଗତକାଲି ସଂଧ୍ୟାରୁ ସେ ଏକାକୀ ରହୁଥିବା ବ୍ଲକ ନିକଟସ୍ଥ ତାଙ୍କ ଭଡାଘରେ ନଥିଲେ। ଆଜି ବାଲିପଟା-ବନକାବିହାର ରାସ୍ତାର ଉତ୍ତର ଦିଗରେ ପ୍ରାୟ ୧ କିମି ଭିତରେ ଥିବା ଜଙ୍ଗଲର ଏକ କପା କିଆରୀରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ବନକାବିହାର ଗ୍ରାମର କିଛି ଛେଳି ଚରୁଆଳୀ ଉକ୍ତ ମୃତଦେହକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ପୁଲିସକୁ ଖବର ଦେଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ, ମୃତଦେହ ପଡିଥିବା ସ୍ଥାନକୁ ପାଦଚଲା ରାସ୍ତାଟିଏ ମଧ୍ୟ ନଥିବା ବେଳେ ଦୀର୍ଘ ୧ କିମି ଭିତରକୁ ତାଙ୍କ ଟିଭିଏସ୍‍ ଗାଡି ସହ ସେ ଗଲେ କେମିତି? ତାଙ୍କ ନାକ, ପାଟି ଏବଂ ଆଖି ଦୁଇଟିରେ ଗଭୀର କ୍ଷତ ହୋଇଥିବା ସହ ରକ୍ତ ବାହାରୁଥିବା ଦେଖାଯାଇଛି। ଖବର ଲେଖା ହେବା ବେଳକୁ ପୁଲିସର ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କୁ ସଂଗଠିତ ଭାବରେ ହତ୍ୟା କରାଯାଇଥିବା ସହ ବୋହି ନେଇ ସେଠାରେ ପକାଇ ଦିଆଯାଇଥିବା ଅନୁମାନ କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories