www.samajalive.in
Saturday, December 6, 2025
26.1 C
Bhubaneswar

ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ମସଜିଦ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ହଟାଇବା ପାଇଁ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ମସଜିଦରେ ଲାଉଡ ସ୍ପିକର ଲଗାଇବା ପାଇଁ ଅନୁମତି ମାଗିଥିବା ଆବେଦନକୁ ଖାରଜ କରିବା ସହ କୋର୍ଟ କହିଛନ୍ତି ଯେ, ମସଜିଦରେ ଲାଉଡସ୍ପିକର ଲଗାଇବା କାହାର ମୌଳିକ ଅଧିକାର ନୁହେଁ। ଏହା କହି ହାଇକୋର୍ଟ ବଦାୟୁଁର ନୁରୀ ମସଜିଦରେ ଲାଉଡସ୍ପିକର ଲଗାଇବାକୁ ଅନୁମତି ମାଗିଥିବା ଏକ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ମସଜିଦ ଉପରେ ଲାଉଡସ୍ପିକର ଲଗାଇ ଅଜାନ ଦେବା କାହାର ମୌଳିକ ଅଧିକାର ନୁହେଁ। ଏହାକୁ ନେଇ ବଦାୟୁଁର ଏସଡିଏମ ମସଜିଦରେ ଲାଉଡସ୍ପିକର ଲଗାଇବାକୁ ଅନୁମତି ନଦେବାର ଉଚିତ କାରଣ ମଧ୍ୟ କହିଛନ୍ତି। ଇରଫାନଙ୍କ ଆବେଦନ ଉପରେ ଜଷ୍ଟିସ ଭି.କେ ବିର୍ଲା ଏବଂ ଜଷ୍ଟିସ ବିକାଶଙ୍କ ଖଣ୍ଡପୀଠ ବୁଧବାର ଏହି ଆଦେଶ ଦିଆଯାଇଛି।

- Advertisement -

କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ, ଏସଡିଏମ ବିସୌଲିଙ୍କ ଆଦେଶ ବେଆଇନ। ଏହାଦ୍ବାରା ମସଜିଦରେ ଲାଉଡସ୍ପିକର ଲଗାଇ ଆଜାନ ପାଠ ପାଇଁ ଆବେଦନକାରୀଙ୍କ ମୌଳିକ ଅଧିକାର ତଥା ଆଇନଗତ ଅଧିକାର ଉଲ୍ଲଂଘନ କରାଯାଇଛି। ତେଣୁ ଲାଉଡସ୍ପିକର ଲଗାଇବା ଅନୁମତି ନଦେବା ଆଦେଶ ରଦ୍ଦ କରାଯିବା ଉଚିତ୍ । ୨୦୨୧ ମସିହା ଅଗଷ୍ଟ ୨୦ ତାରିଖରେ ଏହି ପିଟିସନ ଦାଖଲ କରାଯାଇଥିଲା, ଯାହାକୁ ଏସଡିଏମ ଦ୍ୱାରା ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories