www.samajalive.in
Saturday, December 6, 2025
26.1 C
Bhubaneswar

କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇ ନାହିଁ – ଆଇଏମଡି ଡିଜି

ଭୁବନେଶ୍ୱର :ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ସ୍ପର୍ଶ କରିବା ସମ୍ବର୍ଦ୍ଧରେ ନିର୍ଦ୍ଦିଷ୍ଟ ସୂଚନା ମିଳି ନାହିଁ। ଏସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେବ। ୮ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ବେଳକୁ ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ବର୍ତ୍ତମାନ ପାଇଁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ସ୍ପଷ୍ଟ ହୋଇ ନଥିବା ଶ୍ରୀ ମହାପତ୍ରା ସୂଚନା ଦେଇଛନ୍ତି।ତେବେ ଏହାର ପ୍ରଭାବରେ ଓଡିଶା-ଆନ୍ଧ୍ର ଉପକୂଳ ନିକଟରେ ସମୁଦ୍ର ଅଶାନ୍ତ ରହିବ। ୯ ତାରିଖରୁ ପବନ ବେଗ ସମୁଦ୍ର ଭିତରେ ତୀବ୍ର ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିମି ରହିପାରେ। ଏଥିଲାଗି ମତ୍ସ୍ୟଜୀବୀଙ୍କୁ ୮ ତାରିଖ ସୁଦ୍ଧା ଉପକୂଳ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କେଉଁ ଉପକୂଳ ଦେଇ ସମ୍ଭାବ୍ୟ ବାତ୍ୟା ଗତି କରିବ ତାହା ଆକଳନ କରାଯାଇ ନାହିଁ। ଓଡିଶା ଉପକୂଳ ଆସିବ କି ନାହିଁ ତାହା କହି ହେବ ନାହିଁ। ୧୦ ତାରିଖ ବେଳକୁ ଓଡିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା,ଜଗତସିଂହପୁରରେ ପ୍ରବଳ ବର୍ଷ ସମ୍ଭବନା ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories