ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କୁଣ୍ଡଳା ପଞ୍ଚାୟତ ଫୁଲୁପାହାଡ଼ି ଗ୍ରାମରୁ ଆଜି ସକାଳୁ ଏକ ୮ ଫୁଟ ର ଅଜଗର କୁ ଉଦ୍ଧାର କରି ଜଙ୍ଗଲ ରେ ଛାଡିଛି ବନ ବିଭାଗ । ସୂଚନା ଅନୁସାରେ ସକାଳୁ ଏକ ଅଜଗର ସାପକୁ ଗାଁ ନିକଟରେ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ, ଏନେଇ ବନ ବିଭାଗ କୁ ଖବର ଦେବା ପରେ ଘଟଣା ସ୍ଥଳରେ ସାହାରପଡା ଫରେଷ୍ଟର ମୋହିନୀ ମହାନ୍ତ ଏବଂ ସ୍ନେକ ହେଲ୍ପଲାଇନ ଗ୍ରାମରେ ପହଞ୍ଚି ସାପ ଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର ସାପଟିକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Popular Categories



