ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡୋ ବିଟ୍ ବଣ ମହୁଲଡିହା ଗ୍ରାମର ରଇବୁ ମହାରଣା ନାମକ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ରେ ଗୁରୁତର ହୋଇଛନ୍ତି। ସେ ଗ୍ରାମ ନିକଟ ଏକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲ କୁ ନେଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଆଖି ଓ ଡାହାଣ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି।
Popular Categories



