nua o banner

୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଫଳାଫଳ

BJD Bijuli 480×75 Mob

୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଶାସକ ଦଳଗୁଡିକ ଆସାମ, ପଶ୍ଚିମବଙ୍ଗ ଓ କେରଳରେ ଶାସନ କ୍ଷମତାକୁ ଫେରିବାର ଆଶା କରାଯାଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ତାମିଲନାଡୁ ଓ ପୁଡୁଚେରୀରେ ସରକାର ଗଠନ କରିବେ ବୋଲି ପ୍ରାଥମିକ ଫଳାଫଳରୁ ଅନୁମାନ କରାଯାଉଛି। ନିର୍ବାଚନ କମିଶନ୍‍ ପକ୍ଷରୁ ମିଳିଥିବା ଫଳାଫଳ ଅନୁଯାୟୀ ପଶ୍ଚିମବଙ୍ଗର ୨୯୨ଟି ଯାକ ଆସନ ପାଇଁ ହସ୍ତଗତ ହୋଇଛି। ତୃଣମୂଳ କଂଗ୍ରେସ ୧୨୦ଟି ଆସନରେ ଜିତିଥିବା ବେଳେ ୯୪ଟି ଆସନରେ ଆଗୁଆ ରହିଛି। ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୪୫ଟି ଆସନରେ ଆଗୁଆ ରହିଛି। ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ଗୋଟିଏରେ ଆଗୁଆ ରହିଛନ୍ତି।

ଆସାମରେ ୧୨୬ଟି ଆସନ ମଧ୍ୟରୁ ବିଜେପି ୨୬ଟି ଆସନରେ ଜିତିଥିବା ବେଳେ ୩୩ଟିରେ ଆଗୁଆ ରହିଛି ଏବଂ କଂଗ୍ରେସ ୮ଟି ଆସନରେ ଜିତି ଥିବାବେଳେ ୨୩ଟି ଆସନରେ ଆଗୁଆ ରହିଛି। ଆସାମ ଗଣପରିଷଦ ୬ଟି ଆସନରେ ବିଜୟୀ ହେବା ସହ ୪ଟି ଆସନରେ ଆଗୁଆ ଥିବା ବେଳେ ଏ.ଆଇ.ୟୁ.ଡି.ଏଫ୍‍. ୪ଟି ଓ ୟୁ.ପି.ପି.ଏଲ୍‍. ୪ଟି ଆସନରେ ବିଜୟୀ ହୋଇଛନ୍ତି।

ତାମିଲନାଡୁରେ ୨୩୪ଟି ଯାକ ଆସନର ଫଳାଫଳ ଟ୍ରେଣ୍ଡ୍‍ ହସ୍ତଗତ ହୋଇଛି। ଡି.ଏମ୍‍.କେ. ୧୦ଟି ଆସନରେ ବିଜୟୀ ଓ ୧୨୦ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୫ଟି ଆସନ, ସି.ପି.ଆଇ. ଓ ସି.ପି.ଏମ୍‍. ୨ଟି ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏ.ଆଇ.ଏ.ଡି.ଏମ୍‍.କେ. ୯ଟି ଆସନରେ ବିଜୟୀ ହେବା ସହ ୬୧ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩ଟି ଆସନରେ ଆଗୁଆ ରହିଛି ଏବଂ ପି.ଏମ୍‍.କେ. ୫ଟି ଆସନରେ ଆଗୁଆ ରହିଛି।

ସେହିଭଳି କେରଳର ୧୪୦ଟି ଯାକ ଆସନର ଟ୍ରେଣ୍ଡ୍‍ ମିଳିଛି। ସିପିଆଇ (ଏମ) ୫୧ଟି ଆସନରେ ଜିତିଥିବା ବେଳେ ୧୨ଟିରେ ଆଗୁଆ ରହିଛି ଏବଂ ସିପିଆଇ ୧୪ଟିରେ ବିଜୟ ଲାଭ ସହ ୧୨ଟିରେ ଆଗୁଆ ରହିଛି। କଂଗ୍ରେସ ୧୮ଟି ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ୧୩ଟି ଆସନରେ ବିଜୟୀ ହୋଇଛନ୍ତି।

ପୁଡୁଚେରୀର ୩୦ଟି ଆସନ ମଧ୍ୟରୁ ୧୭ଟି ଆସନର ଟ୍ରେଣ୍ଡ ଜଣାପଡ଼ିଛି। ଏନ୍‍.ଆର୍‍.ସି. ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଓ ଡ଼ିଏମକେ ୩ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।

(ଏହି ସମ୍ବାଦରେ ଦିଆଯାଇଥିବା ତଥ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟରୁ ୦୨.୦୫.୨୦୨୧ ରାତି ୯.୩୦ ମିନିଟରେ ସଂଗୃହିତ। ତଥ୍ୟ ପରିବର୍ତ୍ତନଶୀଳ ତେଣୁ ଅଧିକ ତଥ୍ୟ ପାଇଁ କମିଶନଙ୍କ ୱେବସାଇଟ https://results.eci.gov.in/ ପରିଦର୍ଶନ କରନ୍ତୁ।)

Comments are closed.